ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ, ଗାଡି ଚୁରମାର।

0

ଧର୍ମଶାଳା(ସଂକେତ ଖବର)ଭଦ୍ରକ ବିଧାୟକ ସଞ୍ଜିବ୍ ମଲ୍ଲିକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ। ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ବିଧାୟକ ଶ୍ରୀ ମଲ୍ଲିକ୍ ଆହତ ହୋଇଥିବା ବେଳେ ତାଙ୍କୁ କାରରୁ ଉଦ୍ଧାର କରି ଧର୍ମଶାଳା ସିଏଚସିକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଖବର ପାଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ମେଡିକାଲରେ ପହଞ୍ଚିଥିଲେ। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିଧାୟକ ଶ୍ରୀ ମଲ୍ଲିକ୍ ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି।

ବିଧାୟକ ସଂଜୀବ ମଲିକଙ୍କୁ ଧର୍ମଶାଳା ବିଧାୟକ ଡାକ୍ତର ଖାନା ରେ ଭେଟିଲେ।

ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି। ସେ ଏକ କାରରେ(କାର ନଂ-OD22R-0001) ଯୋଗେ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ରଥିଆ ଛକରେ ଏକ ଟ୍ରକ କାରକୁ ଧକ୍କା ଦେଇଥିବା ଜଣାପଡିଛି। କାରଟି ଧକ୍କା ଖାଇ ଡିଭାଇଡର ଉପରେ ଚଢିଯାଇଥିଲା। ତେବେ ବିଧାୟକ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

You cannot copy content of this page