ସୁକିନ୍ଦା ଇମ୍ଫା ଖଣିରେ ଥିବା କ୍ରସରରେ ଦୁର୍ଘଟଣା: ଜଣେ ମୃତ। Breaking News

ଯାଜପୁର (ସଙ୍କେତ ଖବର ): ସୁକିନ୍ଦା କାଳିଆପାଣି ସ୍ଥିତ ଇମ୍ଫା ଖଣି ମଧ୍ୟରେ ଥିବା କ୍ରସରରେ ଆଜି ରାତି ୯ ଘଟିକା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱ ଅବସ୍ଥାରେ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ କାଳିଆପାଣି ଥାନା କର୍ମଚାରୀ ଘଟଣାସ୍ଥରେ ପହଞ୍ଚି ତଦନ୍ତ ଜାରି କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
