କୋରେଇ:ଆଲିଆ ଛକ ରେ ମାଡି ଗଲା ତେଲ ଟ୍ୟାଙ୍କର,ଜଣେ ମୃତ।
ଯାଜପୁର:କୋରାଇ ଥାନା ୨୦ନଂ ଜାତୀୟ ରାଜପଥର ଆଲିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଘଟଣା ସ୍ଥଳରେ ଜଣେ ମୃତ।,ମୃତକ ହେଲେ ଆଲିଆ ଗାଁର ଦ୍ବିଜ ଭୂୟାଁ,ଏଥିରେ ଅନ୍ୟ ଜଣେ ଗୁରୁତର,ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଲୁନା ଚାଳକ ଯାଜପୁର ରୋଡ଼ ଅଭିମୁଖେ ଆସୁଥିବା ବେଳେ ତାଙ୍କ ଗାଡି ପଛରେ ତେଲ ଟ୍ୟାଙ୍କର ଟି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରି ତଦନ୍ତ ଜାରି ରଖିଛି।