ଝରାଫୁଲ ହତ୍ୟାକାଣ୍ଡ, ଶକ୍ତି ସ୍ୱାଇଁ ଗିରଫ,ଟଙ୍କା ପାଇଁ ହୋଇଥିଲା ହତ୍ୟା

0

ଯାଜପୁର:ଖୋଲିଲା ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାପୁଂଲର ହତ୍ୟା ରହସ୍ୟ । ଟଙ୍କା ନେଣଦେଣକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ । ଝରାପୁଂଲ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ ଶକ୍ତି ସ୍ୱାଇଁଙ୍କୁ ପୋଲିସ ଗିରପଂ କରି କୋର୍ଟ ଚାଲାଣ କରିବା ସମୟରେ ରହସ୍ୟର ଉନ୍ମୋଚନ କରିଛି ପୋଲିସ । ଯାଜପୁର ଏସପି ରାହୁଲ ପି ଆର ସାମ୍ବାଦିକ ସମ୍ମିଳନୀରେ ଝରାପୁଂଲ ହତ୍ୟାକାଣ୍ଡ ନେଇ ସବିଶେଷ ତଥ୍ୟ ଦେଇଛନ୍ତି । ସୂଚନା ମୁତାବକ ଝରାପୁଂଲ ଠାରୁ ପ୍ରେମିକ ରାକେଶ ସ୍ୱାଇଁ ବିିଭିନ୍ନ ସମୟରେ ଟଙ୍କା ଧାର ସୁତ୍ରରେ ନେଇଥିଲା । କିନ୍ତୁ ଟଙ୍କା ପେଂରାଉନଥିଲା ।

ଝରାପୁଂଲ ଟଙ୍କା ପେଂରାଇବାକୁ ଜିଦ ଧରିବାରୁ ରାକେଶ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ଗତ ଜାନୁଆରି ୨୬ ତାରିଖ ଦିନ ରାକେଶ ଭୁବନେଶ୍ୱରର ଏକ ହୋଟେଲରେ ଝରାପୁଂଲକୁ ରଖିଥିଲା । ସେଠାରେ ଝରାପୁଂଲକୁ ଜୋରଜବରଦସ୍ତ ମଦ ପିଇଆଦେଇଥିଲା । ସେ ବେହୋସ ହେବା ପରେ ତାକୁ ଅଣନିଶ୍ୱାସି କରି ଝରାପୁଂଲକୁ ହତ୍ୟା କରିଥିଲା । ହତ୍ୟା ପରେ ତାର ଶବକୁ ଶକ୍ତି ସ୍ୱାଇଁ ସହିତ ଏକ ସ୍କୁଟି ସାହାଯ୍ୟରେ ତା ପରଦିନ କୁଆଖିଆ ଥାନା ମୁଳାପାଳ ଛକ ନିକଟସ୍ଥ ରାସ୍ତା କଡରେ ପିଂଙ୍ଗି ଉଭୟ ପେଂରାର ହୋଇଯାଇଥିଲେ । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବଂ ଅମରେଶ ରାଉତ ଗିରପଂ ହୋଇଥିଲେ । ଗତକାଲି ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ ସହାୟତାରେ ଯାଜପୁର ପୋଲିସ ଶକ୍ତି ସ୍ୱାଇଁକୁ ଗିରପଂ କରିଛି ଏବଂ ଅଧିକ ପଚରା ଉଚୁରା ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଏସପି ରାହୁଲ ପି ଆର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page