ଯନ୍ତ୍ରଣାର ୨୯ବର୍ଷ,ରାଜୀବଗାନ୍ଧୀ ହତ୍ୟାକାରୀ ନଳିନୀ ଶ୍ରୀହରନ।
![](https://www.sanketkhabar.com/wp-content/uploads/2020/07/FB_IMG_1595517008165.jpg)
୧୯୯୨ ମସିହା ମେଁ ୨୧ ତାରିଖର ଘଟଣା ତାମିଲନାଡୁର ଶ୍ରୀପେରୁମଦରମର ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ବେଳେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଉଁ ମହିଳା ହତ୍ୟା କରିଥିଲେ ସେ ଥିଲେ ନଳିନୀ ଶ୍ରୀହରନ। ସ୍ବାମୀ ତଥା ଶ୍ରୀଲଙ୍କା ନାଗରିକ ମୁରଗାନଙ୍କ ସହ ମିଶି ଏହି ହତ୍ୟା ଯୋଜନା ରଚିବା ଅଭିଯୋଗରେ ଗତ ୨୯ ବର୍ଷଧରି ନଳିନୀ ଭେଲୋରର ଏକ ଜେଲରେ ଆଜୀବନ ବନ୍ଦି ଭାବରେ ଜୀବନ କଟାଉଛନ୍ତି।
ସୋମବାର ରାତିରେ ନଳିନୀ କାରାଗାର ମଧ୍ୟରେ ଆତ୍ମହତ୍ୟା କରିବାକୁ ନେଇ ଉଦ୍ୟମ କରିବା ପରେ ପୁଣିଥରେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛନ୍ତି। ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାଙ୍କ ଓକିଲ୍ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି ଯେ ‘କାରାଗାର ମଧ୍ୟରେ ନଳିନୀ ଓ ଅନ୍ୟ ଜଣେ ହତ୍ୟାକରୀଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଏଭଳି ଘଟଣା ଘଟି ଥାଇପାରେ। ଉଲ୍ଲେଖଯୋଗ୍ୟ, ୧୯୯୧ ମସିହା ମେ ୨୧ ତାରିଖରେ ନଳିନୀ ଓ ତାଙ୍କ ସ୍ବାମୀଙ୍କ ସମେତ ୭ ଜଣ ଲୋକ ମିଶି ଏକ ନିର୍ବାଚନ ରାଲିରେ ଏଲ୍ଟିଟିଇ ଆତ୍ମଘାତୀ ବିସ୍ଫୋରଣ ଦ୍ବାରା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା କରାଯାଇଥିଲା।
ସବୁଠାରୁ ବଡକଥା ହେଲା ବହୁ ଚର୍ଚ୍ଚିତା ତାମିଲ ମହିଳା ନଳିନୀ ଇଂରାଜୀ ସାହିତ୍ୟରେ ସ୍ନାତକ ପଢୁଥିବା ବେଳେ ଶ୍ରୀହରନ ମୁରଗାନଙ୍କ ସମ୍ପର୍କରେ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିବାହ କରିବା ପରେ ତାଙ୍କ ଜୀବନରେ ଏଭଳି ପରିବର୍ତ୍ତନ ଦେଖା ଯାଇଥିଲା। ନିଜର ବନ୍ଦୀ ଜୀବନ କାଳରେ ଲେଖିଥିବା ୫ଶହ ପୃଷ୍ଠାର ଆତ୍ମଜୀବନୀରେ ତାଙ୍କ ସହ ଜେଲ ଜୀବନରେ ଘଟିଥିବା ଦୁଃଖଦ ଘଟଣା, ଜେଲରେ ତାଙ୍କର ଝିଅ ଜନ୍ମହେବା, ୨୦୦୮ ମସିହାରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୯୦ ମିନିଟର ସାକ୍ଷାତ ଆଦି ଘଟଣାକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି।
ନଳିନୀ ଫାଶୀ ଦଣ୍ଡରୁ ମୁକୁଳି ଯାଇଥିଲେବି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ମାତ୍ର ୫/୫ ଫୁଟ ସେଲ୍ ମଧ୍ୟରେ ଦୁଇ ମାସର ଗର୍ଭସ୍ତ ସନ୍ତାନକୁ ଧରି ପୋଲିସର ନିର୍ଯାତନାର କାହାଣୀକୁ ଏହି ଆତ୍ମ ଜୀବନୀରେ ସେ ସ୍ଥାନ ଦେଇଛନ୍ତି। ଏଭଳି ସମୟ ମଧ୍ୟ ଆସିଛି ଯେତେବେଳେ ତାଙ୍କୁ ଗର୍ଭପାତ କରିବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି ହେଲେ ଦୈବକୃପାରୁ ବଞ୍ଚି ଯାଇଥିବା ନଳିନୀଙ୍କ ଏକମାତ୍ର କନ୍ୟା ଆରିର୍ଥା ଏବେ ଲଣ୍ଡନରେ ଜଣେ ଡାକ୍ତର ଭାବେ ଅବସ୍ଥାପିତ।
ସମୟ ବଦଳି ଯାଇଛି ନଳିନୀ ଜେଲର ଚାରି କାନ୍ଥ ମଧ୍ୟରେ ରହି କୃତକର୍ମର ଫଳ ଭୋଗୁଛନ୍ତି ସତ ହେଲେ ଏଯାଏ କହୁଛନ୍ତି ଏ ହତ୍ୟା ଷଡଯନ୍ତ୍ରରେ ସେ ସମ୍ପୃକ୍ତ ନୁହନ୍ତି।
-ବିରଞ୍ଚି ନାରାୟଣ ଦାସ