ଯାଜପୁର:ସାମୁଦ୍ରିକ ଝଡ “ୟାସ” ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

0

ଯାଜପୁର(ସଙ୍କେତ ଖବର): ଆସୁଛି ସାମୁଦ୍ରିକ ଝଡ “ୟାସ” । ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡର ପ୍ରଭାବରେ ଉପକୂଳବର୍ତି ଅଂଚଳ ଗୁଡିକରେ ପ୍ରବଳ ବର୍ଷା ଓ ପବନ ବହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଏ ନେଇ ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କୁ ଅବଗତ କରିବା ପରେ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ବାତ୍ୟାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଯାଜପୁର ଜିଲ୍ଲାରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହିତ ବିଭିନ୍ନ ଅଂଚଳରେ ମାଇକ ଯୋଗେ ପ୍ରଚାର କରାଯାଇଛି । ଅଗ୍ନିଶମ ବାହନି ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।
ପ୍ରଶାସନ ପକ୍ଷରୁ ଗାଁକୁ ଗାଁ ବୁଲି ମାଇକ ପ୍ରଚାର କରାଯାଉଛି । ତଳିଆ ଅଂଚଳର ଲୋକେ ଉଚ୍ଚସ୍ଥାନକୁ ଉଠିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ କଲେଜକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ପଂଚାୟତର ସରପଂଚ ମାନେ ଗାଁ କୁ ଗାଁ ବୁଲି ଅମଳକ୍ଷମ ପଂସଲକୁ ଶିଘ୍ର ଅମଳ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେବା ସହିତ କଚା ଘରେ ରହୁଥିବା ଲୋକେ ପକ୍କା ଘରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି ।

ଚାଷୀ ମାନେ ଫସଲକୁ ଘରକୁ ନେଉଛନ୍ତି ।

ବାତ୍ୟା ଆସିଲେ ସର୍ବାଧିକ ପ୍ରଭାବିତ ହେବେ ଚାଷୀ କୂଳ । ଏଥିପାଇଁ ଚାଷୀ ମାନେ ସେମାନଙ୍କ ପଂସଲକୁ ଘରକୁ ନେବାକୁ ଲାଗିପଡିଛନ୍ତି । ଅନ୍ୟପଟେ ଚାଳ ଘରେ ବସବାସ କରୁଥିବା ଲୋକେ ଘର ମରାମତି କରିବା ସହିତ ଆଗୁଆ ଶୁଖିଲା ଖାଦ୍ୟ ମହଜୁଦ ମଧ୍ୟ କରିବାରେ ଲାଗିଛନ୍ତି । ଜିଲ୍ଲାପ୍ରଶାସନ ପକ୍ଷରୁ ତଳିଆ ଅଂଚଳବାସୀଙ୍କୁ ସତର୍କ ରହିବା ନେଇ ପ୍ରଚାର କରିବା ପରେ ଲୋକେ ସଜାଗ ହୋଇଛନ୍ତି ଓ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଗୁଡିକୁ ଆଗୁଆ ପ୍ରସ୍ତୁତ କରାଯାଉଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲା ଅଗ୍ନିଶମ ବାହିନି ପ୍ରସ୍ତୁତ ରହିଛି । ଏଥିର ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଡିଲେ ଓଡରାପଂ ଓ ଏନଡିଆରଏପଂ ର ସହଯୋଗ ନିଆଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

You cannot copy content of this page