ଏଆଇୟୁଟିୟୁସି ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ

0

ଯାଜପୁର (ସଙ୍କେତ ଖବର): କେନ୍ଦ୍ରରେ ବିଜେପି ସରକାରରଙ୍କ ଶ୍ରମିକ ବିରୋଧୀ,କୃଷକ ବିରୋଧୀ ଓ ପ୍ରତ୍ୟେକ ସରକାରୀ ଅନୁଷ୍ଠାନକୁ ଘରୋଇକରଣ କରିବା ପ୍ରତିବାଦରେ ଏଆଇୟୁଟିୟୁସି ସର୍ବଭାରତୀୟ କମିଟି ପକ୍ଷରୁ ୨୫ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏଆଇୟୁଟିୟୁସି କମିଟିର ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ସଦସ୍ୟ ବ୍ୟାସନଗର ପୌରପରିଷଦ ଚୋରଦା ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଗୋପବନ୍ଧୁ ଛକ ନିକଟସ୍ଥ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଏଥିସହିତ ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ।

ଏହି ସଭାରେ ରାଜ୍ୟ ସମ୍ପାଦକ ଜୟସେନ ମେହେର,ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ମଲ୍ଲିକ ଓ ରାଜ କିଶୋର ମହାନ୍ତି ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଭର୍ଶନା କରିଥିଲେ। ଏଥିସହିତ ୧୨ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ପ୍ରତି ସରକାର ଦୃଷ୍ଟି ନଦେଲେ ଆହୁରି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଏଆଇୟୁଟିୟୁସିର ରାଜ୍ୟ ନେତାମାନେ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଶ୍ରମିକ, କୃଷକ ଯୋଗ ଦେଇ ପ୍ରତିବାଦ କରିଥିଲେ। ଏଥିସହିତ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page