୨୦୦୭ ହାଇଦ୍ରାବାଦ ବିସ୍ଫୋରଣ: ୨ ଜଣଙ୍କୁ ଫାଶୀ ଓ ଜଣଙ୍କୁ ଆଜୀବନ କାରଦାଣ୍ଡରେ ଦଣ୍ଡିତ କଲେ ସ୍ୱତନ୍ତ୍ର ଅଦାଲତ

0

ହାଇଦ୍ରାବାଦ: ଗତ ୨୦୦୭ରେ ହାଇଦ୍ରାବାଦରେ ଘଟିଥିବା ଦୁଇଟି ବିସ୍ଫୋରଣ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରବା ସହ ୨ଜଣ ଦୋଷୀଙ୍କୁ ଫାଶୀ ଓ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଆଜି ଦଣ୍ଡିତ କରିଛନ୍ତି।

Image result for court

ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତର ବିଚାରପତି ଟି ଶ୍ରୀନିବାସ ରାଓ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନୀକ୍‌ ସୟିଦ୍‌ ଓ ଇସ୍‌ଲାମ୍‌ ଚୌଧୁରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଏହି ଘଟଣାର ଅନ୍ୟତମ ଦୋଷୀ ତାରିକ୍‌ ଅଞ୍ଜୁମ୍‌କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଅଦାଲତ ଗତ ସେପ୍ଟେମ୍ବର ୪ ତାରିଖରେ ଏହି ମାମଲାରେ ଅନୀକ୍‌ ସୟିଦ୍‌ ଓ ଇସ୍‌ଲାମ୍‌ ଚୌଧୁରୀକୁ ଦୋଷୀ ସାବ୍ୟସ୍ତ କରିଥଲେ। ଏହି ଦୁଇ ଅଭିଯୁକ୍ତ ଆତଙ୍କବାଦୀ ସଂଗଠନ ଆଇଏମ୍‌ର ମୁଖ୍ୟ ମହମ୍ମଦ ରିଆଜ୍‌ ଭଟ୍ଟକଲ୍‌ର ମୁଖ୍ୟ ସହଯୋଗୀ ଥିଲେ। ଏଥିସହ ଆତଙ୍କବାଦୀମାନଙ୍କୁ ଆଶ୍ରୟ ପ୍ରଦାନ କରିବା ଅଭିଯୋଗରେ ଆଜି ସ୍ୱତନ୍ତ୍ର ଅଦାଲତର ବିଚାରପତି ଟି ଶ୍ରୀନିବାସ ରାଓ ଅନ୍ୟତମ ଅଭିଯୁକ୍ତ ତାରିକ୍‌ ଅଞ୍ଜୁମ୍‌କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ, ହାଇଦ୍ରାବାଦରେ ଘଟିଥିବା ଦୁଇଟି ବିସ୍ଫୋରଣ ଘଟଣାରେ ଏହି ତିନି ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫାରୁକ୍‌ ସରଫୁଦ୍ଦିନ୍‌ ତର୍କୀସ୍‌ ଓ ମହମ୍ମଦ ସାଦ୍ଦିକ୍‌ ଅହମ୍ମଦ ସାଇକ୍‌କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page