କାର୍‌ ଚଳାଇ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଗିରଫ

0

ନୂଆଦିଲ୍ଲୀ: ଆଜି କାର୍‌ ଚଳାଇ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କ ବାସଭବନ ମଧ୍ୟକୁ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ହାଜତକୁ ନେଇଛି।

ନିରାପତ୍ତା କର୍ମଚାରୀମାନେ ତାଙ୍କୁ ଅଟକାଇବା ପରେ ହାଜତକୁ ନେଇଥିଲେ। ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ ସ‌େ ବ୍ୟକ୍ତିଙ୍କୁ ଜେରା କରିବା ସହ ଘଟଣାର ତଦନ୍ତ କରୁଛି।

ପୁଲିସ କହିଛି ଯେ, ବ୍ୟକ୍ତିଜଣକ ଭଡ଼ାରେ ଅଣାଯାଇଥିବା ଗୋଟାଏ କାର୍‌ ଚଳାଉଥିଲେ। ଜେରା ବେଳେ ସେ ପୁଲିସକୁ କହିଛନ୍ତି ଯେ, ତାଙ୍କ (ସେ ଲୋକ) ଭିତରେ ଜଣେ କେହି ‘ଚିପ୍‌’ଟାଏ ଲଗାଇ ତାଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି।

କିନ୍ତୁ, ପୁଲିସ କହିଛି ଯେ, ‘ଏମ୍‌ଆଇଆର୍‌’ ସ୍କାନ୍‌ କରେ ତାଙ୍କ ଦେହରେ କୌଣସି ‘ଚିପ୍’ ଲାଗିଥିବା ଜଣାପଡ଼ିନାହିଁ।  ଲୋକଟିର ମାନସିକ ବ୍ୟତିବ୍ୟସ୍ତତା ଥିବା ଜଣାପଡୁଛି।

ଅନୁପ୍ରବେଶକାରୀ ବ୍ୟକ୍ତିଙ୍କ କଥାକୁ ଅଗ୍ରାହ୍ୟ କରି ଦିଲ୍ଲୀ ପୁଲିସ କହିଛି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଲୋକଟିର ମୁଣ୍ଡ ଗୋଳମାଳ ଅଛି।

ସେ ବ୍ୟକ୍ତିଜଣକ ବେଙ୍ଗାଲୁରୁ ବାସିନ୍ଦା ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page