ଧର୍ମଶାଳା ପୁଲିସ ନିଷ୍କ୍ରିୟ , କୋର୍ଟ ନିର୍ଦ୍ଦେଶକୁ ଅଣଦେଖା ପ୍ରତିବାଦ ରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପିଡିତା ପରିବାର

0

ପାଣିକୋଇଲି(ସଙ୍କେତଖବର)ଯାଜପୁର ଜିଲା ଧର୍ମଶାଳା ପୋଲିସ ର କାର୍ଯଧାରା ପ୍ରତିବାଦ ରେ ଏସ ପି ଙ୍କ ଦ୍ଵାରସ୍ଥ ହେଲେ ପୀଡ଼ିତା ପରିବାର। ଅଭିଯୁକ୍ତ ମାନଙ୍କ ପ୍ରତି ଅନୁକମ୍ପା ଥିବାରୁ ପୀଡିତା ଙ୍କ ପରିବାରର ଜୀବନ ପ୍ରତି ବିପଦ ରହିଛି ବୋଲି ପୀଡିତା ଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଯାହା ଫଳରେ ନ୍ୟାୟ ପାଇଁ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସପରିବାରେ ପହଂଚି ଧନ ଜୀବନର ସୁରକ୍ଷା ପାଇଁ ଏସପିଙ୍କୁ ଗୁହାରୀ କରିଛି । ପ୍ରକାଶଯେ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ସେଖ ସଖାବତଙ୍କ ସ୍ତ୍ରୀ ଫଜିଲହ ବିବିଙ୍କ ଅଭିଯୋଗ ମୁତାବକ ତାଙ୍କ ଘର ସମ୍ମୁଖରେ ତାଙ୍କର ୫ଡିସିମିଲି ଜାଗା ରହିଛି । ଉକ୍ତ ଜମିକୁ ସେହି ଗ୍ରାମର ମହମ୍ମଦ ବବୁଲଙ୍କ ପୁଅ ମହମ୍ମଦ ମୁସ୍ତାକ ଜବରଦଖଲ କରୁଛି ।

ତାହାର ଇଙ୍ଗିତରେ କିଛି ଅସାମାଜିକ ଯୁବକ ସେକ ରବି, ସେକ କାଲା, ସାକିର ବକ୍ସ, ସେକ ଜମାଲ, ସେକ ଅଜୁରୁଦ୍ଦିନ,ସେକ ସାବୁ, ସେକ ଖଲିଲ, ସେକ ରହିମ , ସେକ ରସିଦ, ସେକ ଇଦି ପ୍ରମୁଖ ବାରମ୍ବାର ସପରିବାରକୁ ଧମକ ଦେବା ସହ ଅଶ୍ଲୀଳ ଇଙ୍ଗିତ ଏବଂ ଗାଳିଗୁଲଜ ମଧ୍ୟ କରୁଛନ୍ତି । ଯାହାକୁ ନେଇ ଧର୍ମଶାଳ ଥାନାରେ ଜୁନ ୨ ତାରିଖ ଓ ଜୁନ ୧୬ ତାରିଖ ଦୁଇଟି ଏତଲା ଦିଆଯାଇଛି । ହେଲେ ଧର୍ମଶାଳା ପୁଲିସ ମାମଲା ରୁଜ୍ଜୁ କରିବା ପରିବର୍ତେ ଅଭିଯୋଗ ସର୍ମ୍ପକରେ ଅଭିଯୁକ୍ତ ମାନଙ୍କୁ ଜଣାଇ ଦେବାରୁ ସେମାନେ ଉତକ୍ଷିପ୍ତ ହୋଇ ଅଶ୍ଲୀଳ ଗାଳିଗୁଲଜ କରୁଛନ୍ତି । ଯାହା ଫଳରେ ସେଠାରେ ପରିବାର ନେଇ ରହିବା କଷ୍ଟକର ହୋଇପଡିଛି । ପୁଲିସ ମାମଲା ନକରିବାରୁ ଉପଜିଲ୍ଲାପାଳଙ୍କ ଠାରୁ ଉକ୍ତ ଜମିରେ ୧୪୪ଧାରା ଜାରି ହୋଇଥିଲେହେଁ ଧର୍ମଶାଳା ପୁଲିସର ଅସହଯୋଗ ଯୋଗୁ ପୁର୍ନବାର ଚଣ୍ଡିଖୋଲ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଉକ୍ତ ଜମିରେ କାମ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ପୁଲିସ ତାକୁ କାର୍ଯ୍ୟକାରୀ କରୁନାହିଁ । ଯାହା ଦ୍ୱାରା ଅଭିଯୁକ୍ତ ମାନଙ୍କୁ ପୁଲିସ ଘଂଟ ଘୋଡାଇ ପରୋକ୍ଷ ସାହାଯ୍ୟ କରୁଛି । ମହମ୍ମଦ ମୁସ୍ତାକ କିଛି ଅସାମାଜିକ ଯୁବକଙ୍କୁ ନେଇ ଗୋରୁ ବେପାର କରିବା ସହ ଚଣ୍ଡିଖୋଲରୁ ପାଣିକୋଇଲି ପର୍ଯ୍ୟନ୍ତ ଗାଡି ପାସ କରିବାର ଦାୟିତ୍ୱରେ ରହିଛି । ଥାନା ବାବୁଙ୍କ ସହ ତାର ଉତମ ସର୍ମ୍ପକ ମଧ୍ୟ ରହିଛି । ଯାହା ଫଳରେ ଥାନା ବାବୁ ତା କଥାରେ ପରିଚାଳିତ ହେଉଛନ୍ତି ବୋଲି ଫଜଲଦ ବିବି ଅଭିଯୋଗ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ପରିବାର ଧନଜୀବନର ସୁରକ୍ଷା ପାଇଁ ଏସପିଙ୍କୁ ଗୁହାରୀ କରିଛନ୍ତି ପରିବାର ।

Leave a Reply

Your email address will not be published. Required fields are marked *

You cannot copy content of this page