ଅମର ମୁଖପାତ୍ର ରୁ ତାଲିକାରୁ ବାଦ, ଟିକେଟ ତାଲିକାରେ ରହିବେ ତ?

0

ଯାଜପୁର(ଏସ ରାୟ)

ବିଜେଡି ମୁଖପାତ୍ର ତାଲିକାରୁ ବରିଷ୍ଠ ବିଜେଡି ନେତା ତଥା ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥିଙ୍କୁ ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ଅମରଙ୍କ ଭଳି ଅଭିଜ୍ଞ କୁହାଳିଆ ନେତାଙ୍କୁ କାହିଁକି ଏପରି ଦଣ୍ଡଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଯେ କୌଣସି ସମୟରେ ଘୋଷଣା ହୋଇପାରେ ନିର୍ବାଚନ ପାଇଁ ତାରିଖ । ଠିକ୍ ଏହା ପୂର୍ବରୁ ନବୀନଙ୍କ ଏଭଳି ପଦକ୍ଷେପ କୁ ହାଲୁକା ଭାବେ କେହି ଗ୍ରହଣ କରୁନାହାଁନ୍ତି । ଏହି ମୁଖପାତ୍ର ତାଲିକାରୁ ବାଦ ପଡିବା ପଛରେ ଯେଉଁ କେତୋଟି କାରଣ ଚର୍ଚ୍ଚା ହେଉଛି ସେଥିମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଟିଟୋ ଲିଙ୍କ । ଗତ କିଛି ମାସ ମଧ୍ୟରେ ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କ ସହିତ ବିଧାୟକ ଅମର ଙ୍କ ସଂପୃକ୍ତି ଥିବା ନେଇ ଏକାଧିକ ବାର ଆନ୍ଦୋଳନ ହୋଇଛି । ଏପିରିକି କଂଗ୍ରେସ ସିବିଆଇ କାର୍ଯ୍ୟାଳୟରେ ପେଂରାଦ ହୋଇଛି । ଅଭିଯୋଗ ମୁତାବକ ଟିଟୋ ତାଙ୍କ ସହଯୋଗୀ ମାନେ ପାରାଦ୍ୱିପ ହରିଦାସପୁର ରେଳପଥ କାମ କରିବା ପାଇଁ ବିଧାୟକଙ୍କ ସହଯୋଗ ନେଇଥିଲେ । ଏକାଧିକ ପାହାଡରୁ ମୋରମ ଖୋଳି କୋଟି କୋଟି ଟଙ୍କା ମୁନାପାଂ କମାଇଥିଲେ । ଏହି ମୁନାପାଂର ସିଂହଭାଗ ବିଧାୟକ ଓ ତାଙ୍କ ଅନୁଗତଙ୍କ ପକେଟକୁ ଯାଇଥିଲା । ଏପରିକି ଟିଟୋ ପକ୍ଷରୁ ବିଧାୟକଙ୍କୁ ଏକ ପଂରଚୁନର ଗାଡି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । କ୍ରାଇମବାଂଚ ଏହି ଘଟଣାର ତଦନ୍ତ ଜାରି ରଖିଛି । ହେଲେ ପ୍ରକୃତରେ ବିଧାୟକଙ୍କ ର ଏଥିରେ ସଂପୃକ୍ତି ଅଛି କି ନାହିଁ ତାହା ଜଣାପଡିନାହିଁ ।ଅନ୍ୟପଟେ ଦର୍ପଣୀ ତହସିଲରୁ ବେଆଇନ ଭାବେ ମୋରମ ଓ ପଥର ଚୋରାଚାଲାଣ ହୋଇଥିବା ପ୍ରମାଣିତ ହୋଇଛି । ତେବେ ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଅଜାଣତରେ ଏତେ ପରିମାଣର ରାଜସ୍ୱ ହାନୀ ହୋଇପାରିବ କି ବୋଲି ପ୍ରଶ୍ନ ଉଠୁଛି । ଏହି ଅଭିଯୋଗକୁ ବାରମ୍ବାର ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି ଯେ ଏଭଳି ବେଆଇନ କାରବାର ସଂପର୍କରେ ବିଧାୟକ ଜାଣିନଥିଲେ । ତେବେ ନିଜ ନିର୍ବାଚନ ମଣ୍ଡଳୀରେ ହେଉଥିବା ବେଆଇନ ଚାଲାଣ ସଂପର୍କରେ ବିଧାୟକ ନ ଜାଣିପାରିବା ନିଜର ଅପରାଗତା ନୁହେଁ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଟିଟୋ ଲିଙ୍କ ସହିତ ପୂର୍ବରୁ ଅମରଙ୍କ ନାଁରେ ଥିବା ଚିନାବାଦାମ ଦୁର୍ନିତି,ଇନ୍ଦିରା ଆବାସ ଦୁର୍ନିିତି,ଭୂତ ଗାଡି ମାମଲାରେ ଅମର ଙ୍କ ଡାହାଣ ହାତ କର୍ମୀ ମାନେ ସଂପୃକ୍ତ ଥିବା ଯୋଗୁଁ ଆଜି ମୁଖପାତ୍ର ତାଲିକାରୁ ବାଦ ପଡିବା କାରଣ ମଧ୍ୟରୁ ଅନ୍ୟତମ ବୋଲି ଚର୍ଚ୍ଚା ହେଉଛି । ସେହିପରି ବଡଚଣା ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ବିରୋଧରେ ଆରଟିଓ ଅପିଂସରେ ଟିକସ ପାଂଙ୍କିବା ଅଭିଯୋଗ ସହିତ ମହିଳାଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଥିଲେ ମଧ୍ୟ ବିଧାୟକ ଜାଣିଶୁଣି ତାଙ୍କୁ ଘଂଟ ଘୋଡାଉଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀ ମଣ୍ଡଳରୁ ବାଦ ପଡିବା ପରେ ଜିଲାର ଅନ୍ୟ ବିଧାୟକ ମାନଙ୍କ ସହିତ ନିଜ ବାସଭବନରେ ବୈଠକ କରି ଜିଲା ମନ୍ତ୍ରୀ ପଦ ନ ପାଇବା କାରଣରୁ ନେତାଙ୍କ ଗୁୁରୁତ୍ୱ ରହୁନଥିବା ଅଭିଯୋଗ କରିଥିଲେ ଅମର । ଯାହାକୁ ନେଇ ଖପ୍ପା ହୋଇଥିଲା ତୃତୀୟ ମହଲା । ବର୍ତମାନ ଗାନ୍ଧୀ ଜୟନ୍ତୀରୁ ଦଳ ଆରମ୍ଭ କରିଛି ଜନସଂପର୍କ ପଦଯାତ୍ରା । କିନ୍ତୁ ବଡଚଣାରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇ ସମାନ୍ତରାଳ ଭାବେ ଆୟୋଜନ ହେଉଛି ଏହି ପଦଯାତ୍ରା । ଅଭିଯୋଗ ହୋଇଛି ବିଧାୟକ କେତେକ ହାତଗଣତି ବ୍ୟକ୍ତିକୁ ନେଇ ସଂଗଠନ ଚଳାଉଛନ୍ତି ଯାହା ପଂଳରେ ପ୍ରକୃତ କର୍ମୀ ଦଳୀୟ କାର୍ଯ୍ୟକ୍ରମରୁ ବାଦ ପଡୁଛନ୍ତି । ଏଭଳି କିଛି ଅସନ୍ତୋଷ ର ବାର୍ତା ତୃତୀୟ ମହଲାରେ ପହଂଚିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ ତୃତୀୟ ମହଲା ବଡଚଣାରେ ନୂତନ ପ୍ରାର୍ଥୀ ପାଇଁ ଏକ ପ୍ରକାର ମନସ୍ଥ କରିଛି । ସେଥିପାଇଁ ଅମରଙ୍କୁ ମୁଖପାତ୍ର ତାଲିକାରୁ ବାଦ ଦେଇ ନବୀନ ଏହାର ଟ୍ରେଲର ଦେଖେଇଛନ୍ତି । ତେବେ ସେ ଯାହା ହେଉନା କାହିଁକି ବିଗତ କିଛି ବର୍ଷ ଧରି ବିଧାୟକଙ୍କ ଆଖପାଖ ରେ ରହି ପ୍ରକୃତ ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜ ପକେଟ ଭର୍ତି କରୁଥିବା କର୍ମୀ ଏବେ ଚିନ୍ତାରେ ପଡିଯାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page