ତ୍ରୟୋଦଶ ସୂର୍ଯ୍ୟକ୍ଷେତ୍ର ସମ୍ମାନ ସମାରୋହ ଓ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର (ସଙ୍କେତ ଖବର): ଦେଶର ଅଗ୍ରଣୀ ସାମାଜିକ ଓ ଦାତବ୍ୟ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ମାନ ପ୍ରଦାନ ପର୍ବ ଓ ତ୍ରୟୋଦଶ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ୍ଚ ସେଣ୍ଟର ଠାରେ ଆୟୋଜିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗ ଦେଇ କହିଥିଲେ କି, ସାମାଜିକ କାର୍ଯ୍ୟ ଦ୍ୱାରା ହିଁ ସମାଜର ସାମଗ୍ରିକ ବିକାଶ ସମ୍ଭବ। ସାରା ଦେଶରେ କ୍ୟାନସର ସଚେତନତା ଦିଗରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଜନହିତକର କାର୍ଯ୍ୟକୁ ଅନ୍ୟମାନେ ଅନୁସରଣ କରିବା ଉଚିତ ବୋଲି ଶ୍ରୀ ମାଝୀ ସୂଚାଇ ଥିଲେ ।


ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱ ଓଡିଶା ସମାଜର ଅଧକ୍ଷ କିଶୋର ଦ୍ବିବେଦୀ ଓଡିଶା ସମେତ ସମଗ୍ର ଭାରତ ବର୍ଷରେ ବିଭିନ୍ନ ପ୍ରଦେଶରେ ସୂର୍ଯ୍ୟକ୍ଷେତ୍ର ପ୍ରତିଷ୍ଠାନ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ମାନବ ସେବା କାର୍ଯ୍ୟ ଗୁଡିକର ଭୁୟସୀ ପ୍ରଶଂସା କରିଥିଲେ।
ଅନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଡ଼ଃ ହିମାଂଶୁ ଭୂଷଣ ପଣ୍ଡା, ଆଧ୍ୟାତ୍ମିକ ପ୍ରବକ୍ତା ଭୁବନେଶ୍ୱର କେନ୍ଦ୍ରର ମୁଖ୍ୟ ବ୍ରହ୍ମା କୁମାରୀ ତପସ୍ୱିନୀ, କଲିକତାର ଉତ୍କଳୀୟ ମିଳିତ ମଞ୍ଚର ସଭାପତି ରବି ମହାପାତ୍ର , ଲାୟନ ଇଂ ବିପିନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଓ ଅଭିଜିତ ମିଶ୍ର ଙ୍କର ସୁମଧୁର ସଂଗୀତ ପରିବେଷଣ ପରେ ଆରମ୍ଭ ହୋଇଥିବା ସଭାକାର୍ଯ୍ୟରେ ଡ଼ଃ ଶିବ ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଧ୍ୟକ୍ଷ ଡ଼ଃ ବିପିନବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସାମାଜିକ ସଶକ୍ତିକରଣ କାର‌୍ୟ୍ୟର ଅଂଶ ରୂପେ ଭୁବନେଶ୍ୱରର ଲାଏନ୍ସ କ୍ଲବର ସହଯୋଗରେ ଦୁଇ ଜଣ ଦିବ୍ୟାଙ୍ଗ ବେଦାନ୍ତ ମହାରଣା ଓ ଦିବ୍ୟାଂଶୁ ସାମନ୍ତରାୟ ଙ୍କୁ ହ୍ୱିଲ ଚେୟାର ପ୍ରଦାନ ସହ କେନ୍ଦୁଝର ଜିଲ୍ଲାର ଦଶ ଜଣ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ ପାରଦର୍ଶୀ ବ୍ୟକ୍ତିଙ୍କୁ ସୂର୍ଯ୍ୟକ୍ଷେତ୍ର ସମ୍ମାନରେ ସମ୍ମାନିତ କରାଯିବ ସହ ଶିଶୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଧୀରମୋହନ ରାୟ ଧନ୍ୟବାଦ ଦେଇଥିବା ବେଳେ ମିଲନ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ସୁବୀର ବର୍ମା ଓ ସାଗରିକା ବର୍ମା ଙ୍କ ଦ୍ୱାରା ଇଂରାଜୀରେ ଲିଖିତ ପୁସ୍ତକ , ‘ ଜବ ସର୍ଚ୍ଚ ସିକ୍ରେଟସ ‘ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ମାନସ ଦାସ, ରିତା ପାତ୍ର, ପ୍ରତିଭା ପଣ୍ଡା, ମିନାକ୍ଷୀ ମିଶ୍ର,ଅସିତ୍ ମହାନ୍ତି ଏବଂ ବିବେକାନନ୍ଦ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page