ବନ୍ୟା ପ୍ରବଣ ଯାଜପୁର ଜିଲାରେ ୩୨ ଅସ୍ଥାୟୀ ଲଞ୍ଚ ଚାଳକ ଓ ୩୧ ଅସ୍ଥାୟୀ ବୋଟ୍ ଖଲାସୀ ପଦବୀ ନିମନ୍ତେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ଅବଗତ କରାଇଚ୍ଥନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତ (ଏସ୍.ଆର୍.ସି.) ଓ ଅତିରିକ୍ତ ମୁଖ୍ୟ ସଚିବଙ୍କ ପତ୍ର ସଂଖ୍ୟା ୨୯୨୧ ତା ୨୬ା୫ା୨୦୨୦ ରିଖ ଓ ଜିଲ୍ଳ୍ା କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୬୭୪ ତା ୨୭ା୫ା୨୦୨୦ ରିଖ ଅନୁଯାୟୀ ଏହି ପଦବୀ ନିମନ୍ତେ ଜୁନ୍ ମାସ ଠାରୁ ନଭେମ୍ୱର ମାସ ପର୍ଯ୍ୟନ୍ତ ଲଞ୍ଚ ଚାଳକଙ୍କ ପାଇଁ ମାସିକ ଭାବେ ଯଥାକ୍ରମେ ୮୮୮୦ ଟଂକା ଓ ଖଲାସୀଙ୍କ ପାଇଁ ୮୦୭୦ ଟଂକାର ବେତନ ପ୍ରଦାନ କରାଯିବ । ଆଗ୍ରହୀ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ ତା ୨୮ା୫ା୨୦୨୦ ରିଖ ଠାରୁ ୦୩ା୦୬ା୨୦୨୦ ରିଖ ଦିବା ଏକ ଘଟିକା ପର୍ଯ୍ୟନ୍ତ ରେଜେଷ୍ଟ୍ରି ପୋଷ୍ଟ ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଯାଜପୁର ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଙ୍କୁ ପ୍ରେରଣ କରିପାରିବେ । ବିଳମ୍ୱରେ କିମ୍ୱା ଅସଂପୂର୍ଣ୍ଣ ଦରଖାସ୍ତ ଗୁଡିକୁ ଗ୍ରହଣ କରାଯିବ ନାହିଁ । ପ୍ରାର୍ଥୀ ନିଶ୍ଚିତ ଯାଜପୁର ଜିଲ୍ଳ୍ାର ସ୍ଥାୟୀ ବାସିନ୍ଦା ହେବା ଜରୁରୀ ଓ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପ୍ରଦାନ କରିବେ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସପ୍ତମ ପାଶ ହୋଇଥିବ । ତା ୧ା୬ା୨୦୨୦ ରିଖ ସୁଦ୍ଧା ବୟସ ସୀମା ୧୮ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବ । ବୋଟ ଚାଳକ ପଦବୀ ନିମନ୍ତେ ପ୍ରାଥୀମାନେ ଦ୍ୱିତାୟ ଶ୍ରେଣୀର ବୋଟ ଚାଳକ ପ୍ରମାଣ ପତ୍ର ପ୍ରଦାନ କରିବେ ।
![](http://www.sanketkhabar.com/wp-content/uploads/2020/05/images5746326518454516440.png)
ପ୍ରାର୍ଥୀ କୋଣସି ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇ ନ ଥିବେ । ଦ୍ୱିତୀୟ ଶ୍ରେଣୀର ବୋଟ ଚାଳକ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଶାରିିରୀକ ସ୍ୱାସ୍ଥ୍ୟ ଠିକ୍ ଥିବା ପ୍ରମାଣ ପତ୍ର ଇତ୍ୟାଦି ଆବେଦନ ପତ୍ର ସହ ସଂଲଗ୍ନ ରହିବା ଜରୁରୀ । ପ୍ରାର୍ଥୀ ପହଁରା ଶିଖିଥିବା ଦରକାର । ନୂତନ କରି ଆବେଦନ କରୁଥିବା ପ୍ରାର୍ଥୀ ସରକାରଙ୍କ ଠାରୁ କ୍ରୀଉ ସାର୍ଟିପିଂକେଟ ପାଇଥିବା ଜରୁରୀ । ଯାହା ଆବେଦନ ପତ୍ରରେ ସଂଲଗ୍ନ କରିବେ । ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବା ସହ ସାର୍ଟିପିଂକେଟ ଯାଞ୍ଚ ପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କର ଦକ୍ଷତା ପରୀକ୍ଷା ରାଜ୍ୟ ବନ୍ଦର ଯନ୍ତ୍ରୀଙ୍କର ପ୍ରାଧିକୃତ କର୍ମଚାରୀଙ୍କ ଦ୍ୱାରା କରାଯିବ ବୋଲି ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି ।