ଅଶୋକଙ୍କ ସ୍ମୃତିରେ ମିନି ମାରାଥନ ଏବଂ ସର୍ବଦଳୀୟ ସଭା

0

ଯାଜପୁର(ସଂକେତ ଖବର ବ୍ୟୁରୋ)
ଯାଜପୁର ର ବରପୁତ୍ର ତଥା ରାଜ୍ୟ ର ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସଙ୍କ ସ୍ମୃତିରେ ଆୟୋଜିତ ହୋଇଛି ମିନିମାରାଥନ । ବୁରୁହାଁରେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା ପତାକା ହଲାଇ ଏହି ମିନି ମାରାଥନକୁ ଉଦଘାଟନ କରିଥିଲେ । ଯାଜପୁର ଟ୍ୟାକ୍ସି ଓ ମିନି ବସ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ମାରାଥନରେ ୨ ହଜାରରୁ ଉର୍ଦ୍ଦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମିନିମାରଥନ ବରୁହାଁରୁ ବାହାରି ବାଳାଶ୍ରମ ପଡିଆରେ ଶେଷ ହୋଇଥିଲା । ଏହି ଅବସରରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ପୂର୍ବତନ ବିରୋଧୀ ଦଳ ନେତା ତଥା ଯାଜପୁରର ବରପୁତ୍ର ଅଶୋକ ଦାସ ଙ୍କ ଶ୍ରାଦେ୍ଧାତ୍ସବ ଅବସରରେ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ । ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା ପତାକା ହଲାଇ ଏହି ମାରାଥନକୁ ଉଦଘାଟନ କରିଥିଲେ । ବରୁହାଁରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ ବାଳାଶ୍ରମ ପଡିଆରେ ଶେଷ ହୋଇଥିଲା । ଯେଉଁଥିରେ ଅଂଶଗ୍ରହଣ କରିଥିଲେ ଦୁଇ ହଜାରରୁ ଉର୍ଦ୍ଧ ପ୍ରତିଯୋଗୀ । ପ୍ରତିଯୋଗୀତାରେ ଉଭୟ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ପୁରୁଷ ବିଭାଗରେ ବରଗଡର କୈଳାସ କୁମ୍ଭାର ଓ ମହିଳା ବିଭାଗରେ ଖୋର୍ଦ୍ଧା ର ସମସାରା ଆଲା ବେଗମ ପ୍ରଥମ ସ୍ଥାନ ଅର୍ଜନ କରିଥିଲେ । ଯାଜପୁର ଟ୍ୟାକ୍ସି ଓ ମିନି ବସ ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଏହି ମିନି ମାରାଥନ ଆୟୋଜନ କରାଯାଉଛି । ଚଳିତ ବର୍ଷର ଏହାର ଥିମ ରହିଛି ରନ ପଂର ୟୁନିଟ୍ । ପ୍ରତିଯୋଗୀ ମାନେ ବାଳାଶ୍ରମ ପଡିଆରେ ପହଂଚିବା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ବିଭାଗର ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ପୁରସ୍ମାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଯାଜପୁର ଏସପି ଚରଣ ସିଂ ମିନା, ଚଳଚିତ୍ର ତାରକା ଅରିନ୍ଦମ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ ହୋଇଥିଲା ମନୋଜ୍ଞ ସାଂସ୍କୃତିକ କାର‌୍ୟ୍ୟକ୍ରମ ।
ସେହିପରି ଷଠିପୁର ଠାରେ ଅଶୋକ ଦାସ ଶ୍ରଦ୍ଧାଳୁ ସମିତି ପକ୍ଷରୁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ କୋରେଇ ଓ ଯାଜପୁର ବ୍ଲକର ହଜାର ହଜାର ସାଧାରଣ ଲୋକ ଉପସ୍ଥିତ ଥିଲେ । କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରପୁଂଲ୍ଲ ଚନ୍ଦ୍ର ଘଡାଇ,ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,କୋରେଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତି,ଶ୍ରମିକ ନେତା ମାୟାଧର ନାୟକ,ବିଦ୍ୟାଧର ମହାନ୍ତି,ରସାନନ୍ଦ ମହାନ୍ତି,ବ୍ୟାସନଗର ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ,କଂଗ୍ରେସ ନେତା ଦିଗମ୍ବର କର,ଭିକାରି ବରାଳ,ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା,ବାମପନ୍ଥୀ ନେତା ଆଲୋକ ମହାନ୍ତି ଙ୍କ ସମେତ ଶତାଧିକ ଅଶୋକଙ୍କ ସମସାମୟିକ ନେତା ଯୋଗ ଦେଇ ସ୍ୱର୍ଗତ ଅଶୋକ ଦାସଙ୍କ ସ୍ମୃତିଚାରଣ କରି ତାଙ୍କ ବ୍ୟକ୍ତିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଏହି ସ୍ମୃତି ସଭାରେ ବିଭିନ୍ନ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ । ବିଜୁ ଯୁବ ଜନତା ଦଳର ସଭାପତି ପ୍ରତାପ ମହାନ୍ତି ଓ ଯୁବ ନେତା ତାରକେଶ୍ୱର ମହାନ୍ତି ଙ୍କ ନେତୃତ୍ୱରେ ଏହି ସ୍ମୃତି ସଭା ଆୟୋଜନ ହୋଇଥିଲା । ଦୀର୍ଘ ୧୦ ବର୍ଷ ପରେ ସ୍ୱର୍ଗତ ଅଶୋକ ଦାସଙ୍କ ବିଶାଳ ସ୍ମୃତି ସଭା ଆୟୋଜନକୁ ନେଇ ବିଭିିନ୍ନ ରାଜନୈତିକ ଆଲୋଚନା ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page