ଅଶୋକ ଦାସ ମେମୋରିଆଲ୍ କ୍ରିକେଟ୍, ଭଦ୍ରକ ଚାମ୍ପିୟନ

0

ଯାଜପୁର, (ସଂକେତ ଖବର ) ଯାଜପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ସହାୟତା ଓ ମେଲ୍‌ବୋର୍ଣ୍ଣ କ୍ରିକେଟ୍ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ଅଶୋକ ଦାସ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରେ ଆଜି ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ୟୁନିକ୍ ଇଲେଭେନ୍ ଭଦ୍ରକ ଓ ରାଂଚି ରେଲୱେ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ୟୁନିକ୍ ଇଲେଭେନ୍ ଭଦ୍ରକ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୨୯ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୭୧ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରାମ ଚନ୍ଦ୍ର ବେହେରା ୭୪ରନ୍ ଓ ଅଜୟ ରାଉତ ୩୫ରନ୍ ସଂଗ୍ରହ କରିଥିଲେ । ରାଂଚି ରେଲୱେ ପକ୍ଷରୁ ବୋଲର ତନୟ ଖଣ୍ଡେଲୱାଲ୍ ୬ଓଭର ବୋଲିଂ କରି ୩୬ରନ୍ ଦେଇ ୩ୱିକେଟ୍ ଓ ସୁପ୍ରିୟ ଚକ୍ରବର୍ତୀ ୬ଓଭର ବୋଲିଂ କରି ୨୯ରନ୍ ଦେଇ ୩ୱିକେଟ୍ ଅକ୍ତିୟାର କରିଥିଲେ । ଏହାର ଜବାବରେ ରାଂଚି ରେଲୱେ ୨୯.୩ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୭୦ରନ୍ ସଂଗ୍ରହ କରି ୟୁନିକ୍ ଇଲେଭେନ୍ ଭଦ୍ରକ ଠାରୁ ପରାଜୟ ହୋଇଥିଲା । ଦଳ ପକ୍ଷରୁ ସଚିନ୍ ତିୱାରୀ ୩୮ରନ୍ ଓ ଅର୍ଣ୍ଣବ ସିହ୍ନା ୩୩ରନ୍ ସଂଗ୍ରହ କରିଥିଲେ । ୟୁନିକ୍ ଇଲେଭେନ୍ ଭଦ୍ରକର ବୋଲର ସତ୍ୟକାମ ଭରଦ୍ୱାଜ ୬ଓଭର ବୋଲିଂ ୨୨ରନ୍ ଦେଇ ୩ୱିକେଟ୍ ଓ କ୍ଷମା ସାଗର ବଳ ୬ଓଭର ବୋଲିଂ କରି ୩୦ରନ୍ ଦେଇ ୨ୱିକେଟ୍ ଅକ୍ତିୟାର କରିଥିଲେ । ଆଜିର ଏହି ଉଦ୍‌ଯାପନୀ ମ୍ୟାଚରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବଟକୃଷ୍ଣ ମହାପାତ୍ର, ପଦାରବିନ୍ଦ ପରିଡ଼ା, ଜ୍ଞାନଚାନ୍ଦ ଦାସ, ଓସିଏ କାଉନ୍‌ସିଲ୍ ମେମ୍ବର ସନ୍ତୋଷ ଦାସ, ଅଭୟ ବଲ୍ଲଭ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଜୟୀ ଦଳ ଓ ରନର୍ସ ଦଳଙ୍କୁ ନଗଦ ଅର୍ଥ ଶହ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଏହି ମ୍ୟାଚ୍‌ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରାମଚନ୍ଦ୍ର ବେହେରା ଓ ମ୍ୟାନ୍ ଅଫ୍ ଦି ସିରିଜ୍ କ୍ଷମା ସାଗର ବଳ ଭାବେ ବିବେଚିତ ହୋଇଥିଲା ବେଳେ ବେଷ୍ଟ ବ୍ୟାଟ୍ସମ୍ୟାନ୍ ସଚିନ୍ ତିୱାରୀ ଓ ବେଷ୍ଟ ବୋଲର ଭାବେ କିସାନ୍ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ମ୍ୟାଚ୍‌କୁ ଅମ୍ପାୟାର ଭାବେ ଶାରଦା ପ୍ରସନ୍ନ ମହାପାତ୍ର ଓ ଖଗେଶ୍ୱର ମଲ୍ଲିକ ପରିଚାଳନା କରିଥିଲା ବେଳେ ସ୍କୋରର ଭାବେ ଯଯାତି କେଶରୀ ସାମଲ ଓ ବିକାଶ ଧଳ ପରିଚାଳନା କରିଥିଲେ । ଏହି ମ୍ୟାଚ୍‌କୁ କାର୍ଯ୍ୟକାରୀ ସମ୍ପାଦକ ଜ୍ଞାନ ଚାନ୍ଦ ଦାସ, ଅଭୟ ବଲ୍ଲଭ ପଣ୍ଡା, ବରିଷ୍ଠ କ୍ରିକେଟିୟର ଶ୍ରୀଜୟ ମହାପାତ୍ର, ସେଖ୍ ସାହାଜୁଦ୍ଦିନ୍ , ସୁଶାନ୍ତ ସିଂ, ଦିବାକର କର, ମନୋଜ ସାହୁ, ସଞ୍ଜୟ ବେହେରା, ଆଶିଷ ମହାନ୍ତି, ଶୁଭାଶିଷ ରାଉତ, ସ୍ୱସ୍ତିକ୍ ପହି, ବିଶ୍ୱଜିତ୍ ଦାସ, ଶରିତ ରଂଜନ ଦାସ, ଧର୍ମେନ୍ଦ୍ର ସାହୁ, ପାର୍ଥସାରଥୀ ବେହେରା, ଶୁଶାନ୍ତ ସିଂଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କମେଣ୍ଟଟେଟର ଭାବେ ଜ୍ଞାନ ରଂଜନ ଘଡ଼ାଇ , ଏସ୍‌.କେ. ଇମରାନ୍ ଓ କାହ୍ନୁ ସେଠୀ କାର୍ଯ୍ୟନିର୍ବାହ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page