ରାଜଧାନୀରେ ନାବାଳକ ATM ଲୁଟେରା !

0

ଭୁବନେଶ୍ୱର(ସଙ୍କେତ ଖବର)

ଇଣ୍ଟରନେଟର ବହୁଳ ବ୍ୟବହାର ଦିନକୁ ଦିନ ଯୁବପିଢିଙ୍କୁ ଦିଗହରା କରୁଥିବାର ଖବର ଶୁଣି ଆସୁଥିବା ବେଳେ ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ। କଥାଟା ଅବିଶ୍ୱାସ ଲାଗୁଥିଲେବି ବାସ୍ତବରେ ଏହା ସତ୍ୟ ତାହା ଦେଖିବାକୁ ମିଳିଛି। ରବି ଟକିଜ୍ ଅଞ୍ଚଳରେ ଜଣେ ୧୪ ବର୍ଷିୟ ନଵମ ଶ୍ରେଣୀର ଛାତ୍ର ୟୁଟ୍ୟୁବରୁ ATM ଲୁଟ୍ କରିବାର କୌଶଳ ଶିଖିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପହଞ୍ଚିଥିଲା ରବି ଟକିଜ୍ ଅଞ୍ଚଳର ଏକ UCO ବ୍ୟାଙ୍କ ATM ରେ।

ୟୁଟ୍ୟୁବରୁ ହାସଲ କରିଥିବା ବିଦ୍ୟାନୁସାରେ ମଧ୍ୟରାତ୍ରୀ ୧.୪୦ ସମୟରେ ଲୁହା ରଡ ଏବଂ ପାତ ଧରି ଆରମ୍ଭ କରିଦେଇଥିଲା ଏଟିଏମ୍ ଲୁଟ୍। ହେଲେ ଏତିକି ବେଳେ ପାଟ୍ରୋଲିଙ୍ଗ୍ କରୁଥିବା ପୋଲିସ ଗାଡି ହାବୁଡରେ ପଡିଯାଇଥିଲା ନାବାଳକ ଜଣକ। ଏତେ ରାତିରେ ଏଟିଏମ ଭିତରେ ନାବାଳକକୁ ଦେଖି ପୋଲିସର ସନ୍ଦେହ ହୋଇଥିଲା ଆଉ ଶେଷରେ ତାକୁ ଗିରଫକରି ବ୍ରହ୍ମପୁର ଜୁଭେନାଇଲ୍ ହୋମକୁ ପଠାଇ ଦେଇଛି। ଏହି ଘଟଣା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଇଣ୍ଟରନେଟ୍ ବ୍ୟବହାର କରି କିପରି ଆଜିର ଯୁବ ପିଢି ବିପଥଗାମୀ ହେଉଛନ୍ତି ତାହାର ଜ୍ବଳନ୍ତ ପ୍ରମାଣ ଏହି ଘଟଣାରେ ଦେଖିବାକୁ ମିଳିଛି। ଟଙ୍କା ଲୁଟ୍ କରିବାକୁ ଯାଇ ଅପାରଧ ଘଟାଇବାର ପ୍ରବଣତା କିପରି ଦିନକୁ ଦିନ ବୃଦ୍ଧି ପାଉଛି ତାହା ଏଥିରୁ ସ୍ପଷ୍ଠ ବୁଝାପଡୁଛି। ଏଠାରେ ସ୍ମରଣଯୋଗ୍ୟ ବର୍ଷକ ତଳେ ବଲାଙ୍ଗୀର ପାଟଣାଗଡରେ ପୁଞ୍ଜିଲାଲ୍ ନାମକ ଜନୈକ ଇଂରାଜୀ ଅଧ୍ୟାପକ ଜଣେ ସହକର୍ମୀଙ୍କ ଉପରେ ପ୍ରତିଶୋଧ ନେଵାକୁ ଯାଇ ୟୁଟ୍ୟୁବରୁ ପାର୍ସଲ ବୋମା ପ୍ରସ୍ତୁତ ଶିଖିଥିଲା।

ପଠାଇଥିବା ପାର୍ସଲ ବୋମା ପହଞ୍ଚିବା ପରେ ଏକ ବଡ ଧରଣର ପ୍ରଳୟ ହୋଇଥିଲା । ରାଜଧାନୀରେ ପାଠ ପଢୁଥିବା ଜଣେ ନାବାଳକର ଏପରି ବ୍ୟବହାର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page