ଉଚ୍ଚ ଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଆକ୍ରମଣ,ଢ଼େଲା ମାଡରେ ଭାଂଗିଲା ଗାଡି

0

ଆନନ୍ଦପୁର(ସଂକେତ ଖବର) ଆନନ୍ଦପୁର ବେଲବାହାଳି ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ସେ ଯାଉଥିବା ପଂର୍ଚୁନର ଗାଡିର କାଚ ଭାଂଗିଯାଇଛି । ତେବେ ମନ୍ତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଘଟଣା ପରେ ପରିସ୍ଥିତି ଉତେଜନା ପୂର୍ଣ୍ଣ ରହିଛି । ମନ୍ତ୍ରୀଙ୍କ ସମର୍ଥକ ମାନେ ରାସ୍ତା ଅବରୋଧ କରିଛନ୍ତି । ଆଜି ସଂଧ୍ୟାରେ ମନ୍ତ୍ରୀ ଏକ ପଂର୍ଚ୍ୟୁନର ଗାଡିରେ ଯାଉଥିବା ବେଳେ ବେଲବାହାଳି ନିକଟରେ ୧୦ରୁ ଅଧିକ ଗଣେଷ ମେଢ଼ ଭସାଣ ଉତ୍ସବ ଚାଲିଥିଲା । ମନ୍ତ୍ରୀ ସେହି ସମୟରେ ଯାଉଥିବା ସମୟରେ କେତେକ ଦୁର୍ବର୍ୁତଙ୍କ ତାଙ୍କ ଗାଡି ଉପରେ ଆକ୍ରମଣ କରି ପେଂରାର ହୋଇଯାଇଥିଲେ । ସୌଭାଗ୍ୟ ବଶତଃ ମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ଢ଼େଲା ଗାଡି ର ପଛପଟୁ ମାଡ ହୋଇଥିଲା । ତେବେ ଘଟଣା ପର ଠାରୁ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ବରିଷ୍ଠ ଅଧିକାରୀ ପହଂଚି ପରିସ୍ଥିିତି ଉପରେ ତିକ୍ଷ୍ମ ନଜର ରଖିଛନ୍ତି । ମନ୍ତ୍ରୀ ଙ୍କ ସମର୍ଥକ ମାନେ ପାଣିକୋଇଲି ରାଜମୁଣ୍ଡା ଜାତୀୟ ରାଜପଥକୁ ଅବରୋଧ କରି ତୁରନ୍ତ ଦୁବୃତ ମାନଙ୍କୁ ଗିରପଂ କରିବାକୁ ଦାବୀ କରିଛନ୍ତି । ମନ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ରହି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ମନ୍ତ୍ରୀ ନିଜେ ସରକାରୀ ଗାଡି ବଦଳରେ କାହିଁକି ଘରୋଇ ଗାଡିରେ ଯାଉଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *

You cannot copy content of this page