ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ, କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଲା

0

Image result for ctc scb medical

କଟକ: କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି। ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଏହି ବ୍ୟକ୍ତିଙ୍କ ନାମ ରବୀନ୍ଦ୍ର ନାଏକ ଓ ଘର ରାୟଗଡ଼ାରେ ବୋଲି ଜଣାପଡ଼ିଛି। ତେବେ କିଛିଦିନ ହେବ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ତେଣୁ ପରିବାର ଲୋକ ରବୀନ୍ଦ୍ରଙ୍କ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ଆଜି ଅପରାହ୍ନରେ ଡେଙ୍ଗୁରେ ଆକ୍ରାନ୍ତ  ଥିବା ରବୀନ୍ଦ୍ର ନାଏକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଚଳିତବର୍ଷ ଏସ୍‌ସିବିରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ମଧ୍ୟରେ ରବୀନ୍ଦ୍ର ହେଉଛନ୍ତି ଚତୁର୍ଥ ବ୍ୟକ୍ତି ଏହା ପୂର୍ବରୁ ତିନିଜଣଙ୍କ ମୃତ୍ୟୁ ହୋଇସାରିଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନିର ପ୍ରତିମା ଦାସ (୪୫)ଙ୍କର ଚଳିତ ବର୍ଷ ପ୍ରଥମେ ଡେଙ୍ଗୁ ଜ୍ୱରରେ ମୃତ୍ୟୁ ଘଟିଥିଲା।  ପ୍ରତିମା ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page