କୈବଲ୍ୟ ଙ୍କ ଅଟୋମେଟିକ ସାନିଟାଇଜେସନ ମେସିନ।

0

ଯାଜପୁର(ସଙ୍କେତ ଖବର)

ସବୁଆଡେ କୋରୋନା ସଂକ୍ରମଣର ଭୟ । ଆଉ ଏହି ସଂକ୍ରମଣରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସାନିଟାଇଜର । କିନ୍ତୁ ସେହି ସାନିଟାଇଜର ବ୍ୟବହାର ସମୟରେ ସତର୍କତା ଅବଲମ୍ବନ ନ କଲେ ସେଠି ମଧ୍ୟ ସଂକ୍ରମଣର ଭୟ ରହିଛି । ଏଇଥିପାଇଁ ଯାଜପୁର ପୌରାଂଚଳର ଜଣେ ଯୁବ ଇଂଜିନିୟର ଉଦଭାବନ କରିଛନ୍ତି ଅଟୋମେଟିକ ସାନିଟାଇଜେସନ ମେସିନ । ଯେଉଁଥିରେ ଆପଣ ମେସିନକୁ ନ ଛୁଇଁ ସାନିତଟାଇଜର ବ୍ୟବହାର କରି ସଂକ୍ରମଣକୁ ଦୂରେଇ ଦେଇପାରିବେ । ଇଂଜିନିୟରଙ୍କ ଏହି ମେସିନକୁ ନେଇ ବିଭିନ୍ନ ଆଡୁ ମିଳିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

ମେସିନକୁ ନ ଛୁଇଁ ନିଜ ହାତକୁ ସପାଂ ରଖନ୍ତୁ ଆଉ କୋରୋନା ଠାରୁ ଦୂରେଇ ରୁହନ୍ତୁ । ସାରା ବିଶ୍ୱରେ କୋରୋନା ମହାମାରିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଖୋଜାଯାଉଥିବା ବେଳେ ଯାଜପୁର ପୌରାଚଂଚଳ ଅନ୍ତର୍ଗତ ଶ୍ରୀରାମପୁର ଅଂଚଳର ଯୁବ ଇଂଜିନିୟର କୈବଲ୍ୟ ପାଣିଗ୍ରାହି ତିଆରି କରିଛନ୍ତି ଅଟୋମେଟିକ ସାନିଟାଇଜେସନ ମେସିନ । ଯେଉଁ ମେସିନରେ ଆପଣ କେବଳ ହାତ ଦେଖାଇବେ ଏବଂ ମେସିନରେ ରହିଥିବା ସାନିଟାଇଜର ଆସି ଆପଣଙ୍କ ହାତରେ ପଡିବ । ଏଥିପାଇଁ ଆପଣଙ୍କୁ ମେସିନକୁ ଛୁଇଁବା ଆବଶ୍ୟକତା ନାହିଁ ପଂଳରେ ଆପଣ କୋରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ । ମାତ୍ର ୭ ଶହ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇପାରିଛି ଯାହାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

କୈବଲ୍ୟ କଟକ ଆଇଟିଆଇ ରୁ ପାଠ ପଢ଼ା ଆରମ୍ଭ କରିବା ପରେ ଏବେ ଗୁଣୁପୁର ର ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଢ଼ ପଢ଼ା ଜାରି ରଖିଛନ୍ତି । କୋରୋନା ପାଇଁ ଲକ ଡାଉନ ଯୋଗୁଁ ନିଜ ଘରେ ଥିବା ବେଳେ ଏଭଳି ଏକ ମେସିନ ବାହାର କରି ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି ମେସିନକୁ ବିଭିନ୍ନ ଦୋକାନ ବଜାର,ଗାଡି,ଅପିଂସ ମାନଙ୍କରେ ବ୍ୟବହାର କରାଯାଇପାରିବ । ପିଲାଟି ଦିନରୁ କୈବଲ୍ୟ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ଥିବା ବେଳେ ଏଭଳି ଏକ ମେସିନର ଉଦ୍ଧାବନ କରିବା ପଂଳରେ ତାଙ୍କୁ ମିଳିଛି ଏକ ନୂତନ ପରିଚୟ । ଆଗକୁ ସେ ଏହି ମେସିନକୁ ଅତି କମ ଦାମରେ ତିଆରି କରିବାର ଲକ୍ଷ୍ୟ ରହିଛି ।

ଏହି ମେସିନକୁ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରି ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଲଗାଇବାକୁ ଅନୁରୋଧ କରିବାକୁ କୈବଲ୍ୟ ମନସ୍ଥିର କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page