ନାଥସାହି ସରପଞ୍ଚଙ୍କୁ ସେବାରତ୍ନ ସମ୍ମାନ

0


ଯାଜପୁର(ସଂକେତ ଖବର ) ଯାଜପୁର ବ୍ଲକ୍ ଅନ୍ତର୍ଗତ ନାଥସାହି ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣଲତା ପରିଡ଼ାଙ୍କୁ କୋଭିଡ୍‌-୧୯ ନିମନ୍ତେ ତାଙ୍କର ଉଲ୍ଲେଖନୀୟ ସେବା ତଥା ଉକ୍ତ ପଞ୍ଚାୟତର ଜନସାଧାରଣଙ୍କୁ କୋଭିଡ୍ ଦାଉରୁ ସୁରକ୍ଷା ଦେବା ନିମନ୍ତେ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ରାଜ୍ୟର ଏକ ଅଗ୍ରଗଣ୍ୟ ପ୍ରତିଷ୍ଠାନ “ଶୁଭକର୍ମ” ପକ୍ଷରୁ ସେବାରତ୍ନ-୨୦୨୧ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଜୟଦେବ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଓ ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଭର୍ଚ୍ଚୁଆଲଭାବେ ଯୋଗଦେଇଥିବାବେଳେ ଜଟଣୀ ବିଧାୟକ ସୁର ରାଉତରାୟ ସ୍ୱର୍ଣ୍ଣଲତାଙ୍କୁ ଉକ୍ତ ସେବାରତ୍ନ ସମ୍ମାନ ପ୍ରଦାନ କରିଥିଲେ । କୋଭିଡ୍ ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଅସୁମାରୀ କ୍ଷୟକ୍ଷତି କରିଥିଲା । ଏହି ମହାମାରୀକୁ ଖାତିର ନକରି ଯାଜପୁର ଜିଲ୍ଲାର ନାଥସାହି ପଞ୍ଚାୟତର ଏହି ସରପଞ୍ଚ ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା ନିମନ୍ତେ କରିଥିବା ପ୍ରୟାସ, କୋଭିଡ୍ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତଥା ଜୀବନ ସହ ଜନସାଧାରଣଙ୍କର ଜୀବିକାକୁ ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କର ଉପରୋକ୍ତ କାର୍ଯ୍ୟକୁ ସବୁସ୍ତରରେ ପ୍ରଶଂସା କରାଯାଇଥିଲା । ସମ୍ପୃକ୍ତ ସଙ୍ଗଠନ ପକ୍ଷରୁ ସରପଞ୍ଚଙ୍କୁ ଉକ୍ତ ସମ୍ମାନ ପ୍ରଦାନ ଯୋଗୁ ଜିଲ୍ଲା ତଥା ଯାଜପୁର ବ୍ଲକ୍ ଅଞ୍ଚଳରେ ଜନସାଧାରଣ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ ନିର୍ଦ୍ଦେଶକ (ଏମ୍‌.ଏସ୍‌.ଏମ୍‌.ଇ.ଡି) ଡ. ସୁକାନ୍ତ କୁମାର ସାହୁ, କାନାଡ଼ା ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ ଚନ୍ଦ୍ର ସାମନ୍ତ, ଆଇ.ଓ.ୟୁ.ଡବ୍ଲ୍ୟୁ.ଜେ.ର ସଭାପତି ଡ. ପୀତବାସ ମିଶ୍ର, ବିଶ୍ୱ ମାନବ ଅଧିକାର ସଙ୍ଗଠନର ଜାତୀୟ ସଭାପତି ଅଭିନ୍ନ ହୋତା ଓ କଳାକାର ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଣ୍ଣଲତାଙ୍କୁ ଉତ୍ସାହିତ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page