ପଞ୍ଚାୟତ ସ୍ତରୀୟ ନିଶାନିବାରଣ କର୍ମଶାଳା

0

ଦଶରଥପୁର(ସଂକେତ ଖବର ) ଗ୍ରାମନନ୍ଦିପୁର ଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ପରିଷଦ ନନ୍ଦିପୁର ଶାଖା ପକ୍ଷରୁ ପଞ୍ଚାୟତ ସ୍ତରୀୟ ନିଶାନିବାରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପରିସରର ସଭାପତି ଦେବେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଓଡ଼ିଶା ନିଶ।। ନିବାରଣର ରାଜ୍ୟ ସଭାପତି ପଦ୍ମ ଚରଣ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ପୂର୍ବତନ ସାଂସଦ ଅଂଚଳ ଦାସ, ସ୍ତମ୍ବକାର ରବିନାରାୟଣ ସାମଲ, ମିଳିତ ନିଶାନିବାରଣ ମଞ୍ଚର ନାରୀ ସଦସ୍ୟା ଅପର୍ଣ୍ଣା ନାୟକ ପ୍ରମୁଖ ଯୋଗଦେଇ ଗ୍ରାମନନ୍ଦିପୁର ସମେତ ସମ୍ପୂର୍ଣ୍ଣ ରାଜ୍ୟକୁ ନିଶାମୁକ୍ତ କରି ସରସ ସୁନ୍ଦରଭାବେ ଗଢ଼ି ତୋଳିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ବିଞ୍ଝାରପୁର ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତି, ଅବ୍ଦୁଲ ସଲିମ୍‌, ପ୍ରାକ୍ତନ ସରପଞ୍ଚ ଗୟାଧର ପଣ୍ଡା, ନିଶାନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ୟାମସୁନ୍ଦର କର, ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପରିଷଦର ବରିଷ୍ଠ ସଭ୍ୟ ଦୀଲ୍ଲିପ ଦଳାଇ, ଭୂମିପୁତ୍ର ସାହିତ୍ୟ ସମାଜର ପରିଦର ସଭାପତି ଆନନ୍ଦ ଜେନା, ଦେବେନ୍ଦ୍ର ନାୟକ, ନଳିନୀକାନ୍ତ ମିଶ୍ର ପ୍ରମୁଖ ନିଶା ନିବାରଣ ଉପରେ ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଚିନ୍ମୟ ଦାସ ଅତିଥି ପରିଚୟ ଓ ସଭାର ଉଦ୍ଦେଶ୍ୟକୁ ପୂର୍ବକ ନିଶା ଗ୍ରାମାଞ୍ଚଳର ଆର୍ଥିକ ପ୍ରଗତିରେ ବାଧକ ହେବା ସହିତ କିପରି ସମାଜରେ ବିଶୃଙ୍ଖଳା ସୃଷ୍ଟି କରିଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ୍ତ ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ହେମନ୍ତ ଜେନା, ଦିପୁ ପଣ୍ଡା, ସାର୍ଥକ ଦଳାଇ, ଗୋପବନ୍ଧୁ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page