କୋଭିଡ୍ ସହାୟତା ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ

0

ବଡ଼ଚଣା(ସଂକେତ ଖବର) କୋଭିଡ୍ ପ୍ରପୀଡିତ ପରିବାରର ନିରାଶ୍ରୟ ଶିଶୁ ମାନଙ୍କୁ କିପରି ସରକାରୀ ଯୋଜନାରେ ସାମିଲ କରାଯିବ ଏହି ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ବଡଚଣା ବ୍ଲକ ଅନ୍ତର୍ଗତ ଶାଳପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ କଫି ତରଫରୁ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୋଗ୍ରାମ ଅଫିସର ଦୁର୍ଗା ମାଧବ ଦିକ୍ଷିତ୍,ଜିଲ୍ଲା ସଂଯୋଜିକା ରୁଚିତା ରଥ ଯୋଗଦେଇ କୋଭିଡ୍ ପ୍ରଭାବିତ ଶିଶୁ ମାନଙ୍କୁ ସାମାଜିକ-ମନସ୍ତାତ୍ତ୍ବିକ ସହାୟତା ପାଇଁ ରାଜ୍ୟ ହେଲ୍ପ ଡେସ୍କ ବିଷୟରେ ସୂଚନା ପ୍ରଦାନ କରିଥିଲେ ।ଓଡିଶା ରାଜ୍ୟ ସରକାର,ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ୟୁନିସେଫର ମିଳିତ ସହଯୋଗରେ ହେଲ୍ପ ଲାଇନ୍ ନିଶୁକ୍ଲ ସହାୟତା ନମ୍ବର ୧୮୦୦୪୧୯୧୮୧୩ ରେ ସକାଳ ୮ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଯୋଗାଯୋଗ କରି ସହାୟତା ବିଷୟରେ ସୂଚନା ପାଇବା ଉପରେ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶାଳପଡା ସରପଞ୍ଚଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ରାଉତ,ସମାଜସେବୀକା ବନ୍ଦନା ନାୟକ,ଯୁବ ସମାଜସେବୀ ଶୁଶାନ୍ତ ମହାରଣା,ରାଘବ ବେହେରା,ରମାକାନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର କୋଭିଡ୍ ପ୍ରଭାବିତ ଶିଶୁ ମାନଙ୍କୁ କିପରି ଏହି ସହାୟତା ମିଳି ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।ଏଥିରେ ପଞ୍ଚାୟତର ବହୁ କୋଭିଡ୍ ପ୍ରଭାବିତ ଶିଶୁ ଓ ଅଭିଭାବକ ମାନେ ଯୋଗ ଦେଇ ସରକାରୀ ଯୋଜନା ବିଷୟରେ ଅବଗତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page