ପୁଅ ଗିରପଂ ପରେ ବାପାକୁ ଟିକେଟ୍ ମିଳିବ ତ?

0

କେନ୍ଦୁଝର (ସଂକେତ ଖବର ବ୍ୟୁରୋ) ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ଓରପଂ ଟୁଟୁ କୁ ଘଷିପୁରା ପୋଲିସ ଗିରପଂ କରିଛି । ଦେବାଶିଷ ଙ୍କୁ ଯାଜପୁର ଜିଲାର ସୀମାନ୍ତ ଛତିଆ –ଟାଙ୍ଗି ଅଂଚଳରୁ ବୁଧବାର ରାତ୍ରିରେ ଗିରପଂ କରାଯାଇଥିବା ପୋଲିସ କହିଛି । ପୂର୍ବରୁ ଦେବାଶିଷ ଓରପଂ ଟୁଟୁ ନାଁରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି । ନିକଟରେ ପୋଲିସ ପଦନା ଗାଁକୁ ଆନନ୍ଦୁପର ପୌରପାଳିକା ର ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଯାଇଥିଲା । ଏହି ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରପଂ କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିଲା । ଏପରିକି ପୋଲିସ ଠାରୁ ଅଭିଯୁକ୍ତଙ୍କ ମାନଙ୍କୁ ଟୁଟୁ ଓ ତାଙ୍କ ସାଥୀ ମାନେ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ବର୍ଷ ଧରି ଆନନ୍ଦପୁର କାହିଁକି ସମଗ୍ର କେନ୍ଦୁଝର ଜିଲାରେ ଆତଙ୍କ ସୃଷ୍ଟି କରିଥିବା ବଦ୍ରି ଓ ତାଙ୍କ ପୁଅ ଙ୍କ ଅତ୍ୟାଚାରରେ ଲୋକେ ଅତିଷ୍ଠ ହୋଇପଡିଥିଲେ । ଏପରିକି ଏକାଧିକ ମାମଲା ଥାନା ଠାରୁ କୋର୍ଟ ପର୍ଯ୍ୟନ୍ତ ଗଡୁଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଉଭୟ ରାଜନୈତିକ ଦଳର ପ୍ରଭାବ ଓ ପତିଆରା ଆଗରେ ପୋଲିସ ଓ ପ୍ରଶାସନ ସତେ ଯେମିତି ଆଣ୍ଠେଇ ପଡିଥିଲେ । ତେବେ ଗତକାଲି ଦେବାଶିଷକୁ ଗିରପଂ କରାଯିବା ପରେ ଆଇନ ଓ ପୋଲିସ ଉପରେ ଟିକେ ଆସ୍ଥାପ୍ରକଟ କରିଛନ୍ତି ଜିଲାବାସୀ । ଅନ୍ୟପଟେ ଯେଉଁ ପ୍ରଭାବ ଓ ପତିଆରା ଆଗରେ ପୋଲିସକୁ ଉଭୟ ବଦ୍ରି ଓ ତାଙ୍କ ପୁଅ ପକେଟରେ ପୁରାଇ ବୁଲୁଥିଲେ ଏହି ଘଟଣାରେ କିଭଳି ପୋଲିସ ବୋଲ ମାନିଲା ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ସମଗ୍ର କେନ୍ଦୁଝର ଜିଲାରେ ଏକଛତ୍ରବାଦ ଶାସନ ଚଳାଇଥିବା ବଦ୍ରିଙ୍କୁ ସାବାଡ କରିବାକୁ ପୋଲିସକୁ ଅଲିଖିତ ନିର୍ଦ୍ଧେଶ ମଧ୍ୟ ଦିଆଯାଇଛି । ଏହି ଘଟଣାରୁ ଆଗାମୀ ୨୦୧୯ ନିର୍ବାଚନରେ ଟିକେଟ ମିଳିବ ନା ନାହିଁ ତାହା ସାଧାରଣରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ କେନ୍ଦୁଝର ଜିଲାର ଅନ୍ୟ ବିଜେଡି ବିଧାୟକ ମାନେ ମଧ୍ୟ ତୃତୀୟ ମହଲାରେ ଏହି ଏକଛତ୍ରବାଦ ବିରୋଧରେ ହାଜର ହୋଇଛନ୍ତି । ପ୍ରଥମେ ବେଲବାହାଳି ଠାରେ ମନ୍ତ୍ରୀ ବଦ୍ରିଙ୍କ ଉପରେ ଆକ୍ରମଣ ଓ ପରେ ପୁଅ ଟୁଟୁ ଗିରପଂ ହୋଇ ଜେଲ ଯିବା ପତନର ଅୟମାରମ୍ଭ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page