ଯାଜପୁର ଜିଲ୍ଲାବାସୀ ଙ୍କୁ ଜିଲାପାଳ ଙ୍କ ନିବେଦନ।

0

ଯାଜପୁର(ସଂକେତ ଖବର)

କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆସନ୍ତାକାଲି ସଂଧ୍ୟା ୫.୩୦ ମିନିଟ୍‌ରେ ସମସ୍ତଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲାରେ ଏହାକୁ ସରକାରୀ ଭାବେ ପାଳନ କରିବାକୁ
ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ଜିଲାର ପ୍ରମୁଖ ଛକ ବଜାରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହିତ ଜିଲାର କୋଭିଡ ହସ୍ପିଟାଲର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିବେଦନ କରିଛନ୍ତି ଯାଜପୁର ଜିଲାପାଳ ରଂଜନ କୁମାର ଦାସ । କୋରୋନା ମହାମାରି ବିରୋଧରେ ହେଉଥିବା ଲଢ଼େଇରେ ଯୋଦ୍ଧା ମାନଙ୍କୁ ଟିକେ ସମ୍ମାନ ଜଣାଇବା ପାଇଁ ସମସ୍ତଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅନୁରୋଧ କରିଛନ୍ତି ଜିଲାପାଳ ।

Leave a Reply

Your email address will not be published. Required fields are marked *

You cannot copy content of this page