ଯାଜପୁର ରେ ଜିଲା ସ୍ତରୀୟ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କାର୍ଯ୍ୟକ୍ରମ।

0

ଯାଜପୁର(ସଂକେତ ଖବର)
ଯାଜପୁର ଜିଲା ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ବନ୍ଦେ ଉତ୍କଳ ଜନନୀ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି,ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଏସପି ଚରଣ ସିଂ ମିନା ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସମୂହ ବନ୍ଦେ ଉତ୍କଳ ଜନନୀ ଗାଇ ଥିଲେ । ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଅନେକ ଛାତ୍ର ଛାତ୍ରୀ,ଏନସିସି,ସ୍କାଉଟ୍ସ ଗାଇଡ୍ସ,ବରିଷ୍ଠନାଗରିକ,ବୁଦ୍ଧିଜିବି,ସ୍ୱେଚ୍ଛାସେବୀ ସାମାଜିକ ଦୂରତା ରକ୍ଷା କରି ଉପସ୍ଥିତ ରହିଥିଲେ । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଏହି ସଂଗୀତ ଗାନ କରିବାକୁ ରାଜ୍ୟ ବାସୀଙ୍କୁ ନିବେଦନ କରିଥିଲେ । ସମସ୍ତଙ୍କ ସହଯୋଗ ରହିଲେ କୋରୋନାକୁ ମୁକାବିଲା କରାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page