ଯାଜପୁର ଜିଲ୍ଲାରେ ଅଗ୍ରଣୀ ବ୍ୟାଙ୍କର ଗ୍ରାହକ ସଂପ୍ରସାରଣ କାର୍ଯ୍ୟକ୍ରମ

0

ଯାଜପୁର(ସଂକେତ ଖବର)”ଆଜାଦି କି ଅମୃତ ମହୋତ୍ସବର ଅଂଶ ଭାବରେ ଯାଜପୁର ଜିଲ୍ଲାରେ ରିଟେଲ୍, ବ୍ୟବସାୟ, କୃଷି କ୍ଷେତ୍ର ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଯାଜପୁର ଜିଲ୍ଲା ଲିଡ୍ ବ୍ୟାଙ୍କ ପକ୍ଷରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ଜିଲ୍ଲାର ସମସ୍ତ ବ୍ୟାଙ୍କର ମାନଙ୍କୁ ନେଇ ଏକ ସଂପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ବୁଧବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମକୁ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର ଉଦଘାଟନ କରି କହିଲେ ଯେ ସମାଜର ବିକାଶ ପାଇଁ ବ୍ୟାଙ୍କଗୁଡିକ କୃଷି, ଏମଏସଏମ ଏବଂ ଖୁଚୁରା କ୍ଷେତ୍ରକୁ ଅଧିକ ୠଣ ପ୍ରଦାନ କରିବା ଉଚିତ। ବ୍ୟାଙ୍କ କାରବାର ସମୟରେ OTP ଉପରେ ଆଧାର କରି ସାଇବର ଅପରାଧ ଏବଂ ଡିଜିଟାଲ ଠକେଇ ବିଷୟରେ ସେ ଲୋକଙ୍କୁ ବୁଝାଇବା ସହ ଏ ଦିଗରେ ବ୍ୟାଙ୍କ କତ୍ତୃପକ୍ଷ ଏବଂ ଜନସାଧାରଣ ଅଧିକ ସଚେତନ ହେବା ଦରକାର ବୋଲି କହିଥିଲେ |

ଅନ୍ଯତମ ଅତିଥ ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ପ୍ରାଥମିକ କ୍ଷେତ୍ରରେ ୠଣ ବୃଦ୍ଧି ସହିତ ସରକାରୀ ପ୍ରାୟୋଜିତ ଯୋଜନାର ଲାଭ କିଭଳି ସମସ୍ତେ ପାଇ ପାରିବେ ସେ ବିଷୟରେ ଗୁରୁତ୍ବାରୋପ କରିଥିଲେ | ପ୍ରାରମ୍ଭରେ ମୁଖ୍ୟ ପରିଚାଳକ (ଲିଡ୍ ବ୍ୟାଙ୍କ) ଶ୍ରୀ ମନୋଜ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି, ଗ୍ରାହକ, ବ୍ୟାଙ୍କର୍, ସରକାରୀ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ LDM ପ୍ରୋଗ୍ରାମର ଉଦ୍ଦେଶ୍ୟ ଏବଂ ଏଥିରେ ବ୍ୟାଙ୍କ ମାନଙ୍କର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ | ଅର୍ଥନୀତିର ରିଟେଲ, ଏଗ୍ରି ଏବଂ ଏମଏସଏମଇର ବିଭିନ୍ନ କ୍ଷେତ୍ରକୁ ୠଣ ପ୍ରବାହ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସରକାରୀ ପ୍ରାୟୋଜିତ ସ୍କିମ୍ ଏବଂ PMJJBY, PMSBY, APY ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଭଳି ସାମାଜିକ ସୁରକ୍ଷା ଯୋଜନାର ଲାଭ ମଧ୍ୟ ଲୋକଙ୍କୁ ବୁଝାଇ ଦିଆଯାଇଥିଲା | କୃଷି କ୍ଷେତ୍ର ପାଇଁ ବୀଭିନ୍ନ ବ୍ୟାଙ୍କ ତରଫରୁ ୩୦୦୦ ହିତାଧିକାରୀଙ୍କ ପାଇଁ ପ୍ରାୟ ୭୫ କୋଟିରୁ ଉର୍ଦ୍ଧ ୠଣ ମଞ୍ଜୁର କରା ଯାଇ ପାରିଛି ଏବଂ ଆଜର ଏହି କାର୍ଯ୍ୟକ୍ରମ ଅବଧିରେ ୮୦ ଜଣ ଗ୍ରାହକଙ୍କୁ ପ୍ରାୟ ୩ କୋଟି ଟଙ୍କା ମଞ୍ଜୁର କରା ଯିବା ନିଶ୍ଚିତ ଭାବେ ଏକ ସଫଳତାର କଥା ବୋଲି ଶ୍ରୀ ପ୍ରଧାନ ମତବ୍ଯକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସଂସ୍କୃତି ଭବନ ପରିସରରେ ୨୦ରୁ ଉର୍ଦ୍ଧ ବ୍ୟାଙ୍କିଂ ଷ୍ଟଲ ଲଗା ଯାଇଥିବା ବେଳେ ୧୯ ଗୋଟି ବ୍ୟାଙ୍କର ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ନାବାର୍ଡର ଡିଡିଏମ ସୁବ୍ରତ କୁମାର ସାହୁ, ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ବର ବରାଳ,ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା, ବିଭିନ୍ନ ବ୍ୟାଙ୍କର ପ୍ରବନ୍ଧକ, ଗ୍ରାହକ ଓ ହିତାଧିକାରୀମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *

You cannot copy content of this page