ସମଜସେବୀ ବାଙ୍କ ବିହାରୀ ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ।
![](https://www.sanketkhabar.com/wp-content/uploads/2021/01/FB_IMG_1611403438037.jpg)
ଯାଜପୁର ୨୩/୦୧(ସଂକେତ ଖବର)ଓଡ଼ିଶାର ପୂର୍ବତନ ଅର୍ଥ ଓ ରାଜସ୍ବ ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସମାଜ ସଂସ୍କାରକ, ପରିବେଶବିତ, ବିଶିଷ୍ଟ ଅର୍ଥନୀତିଜ୍ଞ, କୃଷକ ନେତା, ସମାଜବାଦୀ ନେତା ସ୍ୱର୍ଗତ ବାଙ୍କ ବିହାରୀ ଦାସଙ୍କ ଜନ୍ମ ଜୟନ୍ତୀ ଆଜି ତାଙ୍କର ପବିତ୍ର ଜନ୍ମମାଟି ବିଂଝାରପୁର ବ୍ଲକର କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ସମଲପୁରଠାରେ ଅନୁଷ୍ଠିତ ହୋଇଯାଇଛି, 1922 ମସିହା ଆଜିର ସାମ୍ବଦଶମୀ ତିଥିରେ ସେ ଜନ୍ମଗ୍ରହଣ କରିଥିଲେ, ସେ ଅବିଭକ୍ତ ବିଂଝାରପୁର, ବରୀ ନିର୍ବାଚନ ମଣ୍ଡଳୀରୁ 1957 ମସିହାରେ, ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଶ୍ରୀମତୀ ନନ୍ଦିନୀ ଶତପଥିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ରାଜସ୍ବ ଓ ଅର୍ଥ ବିଭାର ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିଲେ, 1966 ମସିହାରେ ସେ ପ୍ରଜା ସୋସିଆଲିଷ୍ଟ ଦଳ ପକ୍ଷରୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇ ରାଜା ମହାରାଜ ପାଉଥିବା ସରକାରୀ ଭତ୍ତାକୁ ଉଛେଦ କରିବାକୁ ଏକ ଐତିହାସିକ ବେସରକାରୀ ବିଲ ପାର୍ଲିଆମେଣ୍ଟରେ ଆଣି ସମଗ୍ର ଭାରତ ବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନିଜର ସାହାସ ଓ ନିର୍ଭିକତାର ପରିଚୟ ଦେଇଥିଲେ, ସେ ଚିଲିକା ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ପୁରୋଧା ହୋଇ ସେ ନିଜକୁ ଜଣେ ବିଶିଷ୍ଟ ପରିବେଶବିତ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ, ବନ୍ୟା ବାତ୍ୟା ସମୟରେ ତଥା ଚାଷୀଙ୍କ ଦୁଃଖ ସମୟରେ ସେ ଲୋକଙ୍କ ଦୁଃଖରେ ଦୁଃଖି ହୋଇ ସବୁ ସମୟରେ ସେମାନଙ୍କ ପାଇଁ ସଂଗ୍ରାମ ଜାରି ରଖିବା ଦ୍ୱାରା ନିଜକୁ ଜଣେ କୃଷକ ନେତା ଭାବେ ସମାଜରେ ପରିଚିତ ଥିଲେ, ସେ କୃଷକ ସ୍ୱର ନାମକ ଏକ ପତ୍ରିକା ମଧ୍ୟ ପ୍ରକାଶିତ କରି କୃଷକଙ୍କ ବହୁବିଧ ସମସ୍ୟାକୁ ସରକାରଙ୍କ ନିକଟରେ ଆଲୋକପାତ କରୁଥିଲେ, ସେ ଜଣେ ଯୋଗଜନ୍ମା ପୁରୁଷ ଥିଲେ।
![](https://www.sanketkhabar.com/wp-content/uploads/2021/01/FB_IMG_1611403443866.jpg)
ତାଙ୍କ ଭଳି ମହାନ ନେତାଙ୍କୁ ବିଂଝାରପୁର ବାସୀ ଉପଯୁକ୍ତ ସମ୍ମାନ ଆଜି ପର୍ଯ୍ୟନ୍ତ ଦେଇନଥିବାରୁ ଆଜି ଉପସ୍ଥିତ ବରିଷ୍ଠ ନାଗରିକ ସମାଜସେବୀ, ଶିକ୍ଷାବିତ ପ୍ରଭୃତି ଗଭୀର ଖୋଭଃ ପ୍ରକାଶ କରିବା ସହିତ ବିଂଝାରପୁର ଅଞ୍ଚଳରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ, ତାଙ୍କ ସମ୍ପର୍କରେ ଓ ରାଜ୍ୟ ଓ ଦେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କିତ ସ୍ମରଣିକା ପୁସ୍ତିକା ପ୍ରକାଶ କରିବା ତଥା ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବାଙ୍କ ବିହାରୀ ସ୍ମାରକୀ ବକୃତାମାଳା ଆୟୋଜିତ କରିବାକୁ ଆଜିର ତାଙ୍କ ଜନ୍ମତିଥିରେ ସଂକଲ୍ପ ନିଆଯିବା ସହିତ ତାଙ୍କର ସମସାମୟିକ ସହଯୋଗୀ ସମାଜସେବୀ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ସାମଲଙ୍କ ଆବାହକତ୍ବ ରେ ଏକ ବାଙ୍କ ବିହାରୀ ଦାସ ସ୍ମୃତି କମିଟି ବରୀ ଓ ବିଂଝାରପୁର ବ୍ଲକର ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ସମାଜ ସଂସ୍କାରକଓ ଶିକ୍ଷାବିତଙ୍କୁ ନେଉ ଗଠନ କରିବାକୁ ନିଷ୍ପତି ନିଆଯାଇଥିଲା।
ଆଜିର ଏହି ଜନ୍ମଜୟନ୍ତୀ ପାଳନ ସ୍ବର୍ଗତ ବାଙ୍କ ବିହାରୀ ଦାସଙ୍କ ବାସସ୍ଥାନରେ ଅନୁଷ୍ଠିତ ହୋଇଥିଲା, ପ୍ରଭତରେ ସର୍ବପ୍ରଥମେ କଲ୍ୟାଣପୁରର ପଲ୍ଲୀ ମଙ୍ଗଳ ସମିତିଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିଠାରେ ପୁଷ୍ପମାଲ୍ୟ ଦିଆଯିଵା ସହିତ ରାମଧୂନ ଗାନ କରାଯାଇଥିଲା, ଏହାପରେ ସ୍ବର୍ଗତ ବାଙ୍କବିହାରୀ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରାଯିବା ସହିତ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇ ତାଙ୍କର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା ଓ ଉପସ୍ଥିତ ସଭାସଦ ତାଙ୍କର ସ୍ମୃତିଚାରଣ କରିଥିଲେ, ସମାଜସେବୀ ଅଚ୍ୟୁତାନନ୍ଦ ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ସର୍ବଶ୍ରୀ ସନାତନ ସାହୁ, ପଦ୍ମାକର ଗୁରୁ, ଭୁବନାନନ୍ଦ ସାମଲ, ଗୋପାଳ ସାମଲ, ବଳରାମ ବଳ, ପ୍ରଫୁଲ୍ଲ ରାଉତ, ଡ଼କ୍ଟର ନାରାୟଣ ଦାସ,ସୀମାନ୍ତ କୁମାର ପାତ୍ର, ରଂଜିତ ଦାସ ପ୍ରମୁଖ ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ.-ସୀମାନ୍ତ କୁମାର ପାତ୍ର
![](https://www.sanketkhabar.com/wp-content/uploads/2021/01/FB_IMG_1611403440795.jpg)