ଜୀବନ ପାଇଁ ଶରୀର ଚର୍ଯ୍ୟା

0

ଏ ମହକ କେବଳ ଅସଲି ଫୁଲରୁ ଆସେ

ସାରା ବିଶ୍ୱରେ ଅସଲି ଫୁଲରୁ ଅତର ତିଆରି କରିବାରେ ବେଶ୍ ପରିଚିତ ବ୍ରାଣ୍ଡ ହେଉଛି ଦି ବଡି ସପ୍ । ବ୍ରିଟେନ୍ ର ଏ କମ୍ପାନୀ ନିଜର ଅନେକ ଗୁଡିଏ ଶରୀର ସୌନ୍ଦର୍ଯ୍ୟକରଣ ଉତ୍ପାଦକ ପାଇଁ ପ୍ରସିଦ୍ଧ । ପ୍ରାକୃତିକ ସୁଗନ୍ଧିତ ଫୁଲ , ତାର ପାଖୁଡା, ଡାଳ, ପତ୍ର, ଗୋଲମରିଚ ଡାଳଚିନି ପରି ମସଲା ଜାତୀୟ ଜିନିଷରୁ ସୁଗନ୍ଧିତ ଅତର ତିଆରି କରେ ଦ ବଡି ସପ୍। ଯେହେତୁ ପ୍ରାକୃତିକ ପଦାର୍ଥରୁ ଏ ସବୁ ସୁଗନ୍ଧିତ ଅତର ପ୍ରସ୍ତୁତ ହୁଏ। ଆନ୍ତର୍ଯ୍ୟାତୀୟ ବଜାରରେ ତାର ଗୋଟେ ଅଲଗା ଚାହିଦା । ଗ୍ରାହକ ମାନଙ୍କୁ ସେ କେବଳ ସୁଗନ୍ଧଦିଏନି ଖୁସି ବାଣ୍ଟେ। ଏହାର ବିଶେଷତ୍ୱ ହେଉଛି ଏଥିରେ ବ୍ୟବହାର ହେଉଥିବା କାଚ ବୋତଲ ସବୁ ନବୀକରଣ ଯୋଗ୍ୟ ଏବଂ ଏଠାର ଠିପି ହେଉଛି କାଠ କିମ୍ୱା କର୍କର ତେଣୁ ଏହା ପରିବେଶ ଉପଯୋଗୀ ମଧ୍ୟ ।

ସୁଇସ୍ ବ୍ୟୁଟିର ହୋଲ୍ଡ ମି ମ୍ୟାଟି ଲିପଷ୍ଟିକ୍


ଲିପଷ୍ଟିକ୍ ସୌନ୍ଦର୍ଯ୍ୟର ଆଉ ଏକ ଅଳଙ୍କାର । ସାରା ବିଶ୍ୱରେ ଅନେକ ବ୍ରାଣ୍ଡ ଆଉ ରଙ୍ଗର ଲିପଷ୍ଟିକ୍ ମିଳେ । ହେଲେ ଭାରତର ସବୁଠାରୁ ଲୋକ ପ୍ରିୟ ଲିପଷ୍ଟିକ୍ ବ୍ରାଣ୍ଡ ହେଉଛି ସୁଇସ୍ ବିଉଟି। ଯାହା ଏବେ ଏବେ ନୂଆ ଲଞ୍ଚ କରିଛି ଟିକେ ଓଦାଳିଆ , ଜଲ୍ଦି ଶୁଖିଯାଉ ନଥିବା ପାଖା ପାଖି ୧୨ ଘଣ୍ଟା ଧରି ରହୁଥିବା ଲିପଷ୍ଟିକ୍ ହେଉଛି “ହୋଲ୍ଡ ମି ମ୍ୟାଟେ” ଯାହା ପାଖାପାଖି ୩୦ଟା ସେଡ୍ ରେ ଉପଲବ୍ଧ । ସବୁଠାରୁ ସୁନ୍ଦର ସେଡ୍ ହେଉଛି ବାଇଟ୍ ମି ରେଡ୍ -୨୭ , ହୋଲ୍ଡ ମି ଡାର୍ଲିଂ-୨୫, ବେରଲିସିଅସ୍-୧୯, ଲଷ୍ଟ୍ରି ରୁଷ୍ଟି -୦୫ । ଯୁବ ପିଢିଙ୍କ ଭିତରେ ଏହାକୁ ନେଇ ବେଶ୍ ଉତ୍ସାହ । ଭିଟାମିନ୍ ଇ, ଏପ୍ରିକଟ୍ ତେଲ ଏଥିରେ ବ୍ୟବହାର କରାଯାଇଛି ଯାହା ଓଠକୁ ଆଦ୍ର ତଥା ସୁସ୍ଥ ରଖିବାରେ ସହାୟକ ହୁଏ। ଚର୍ମରୋଗ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷିତ, ଜଳ ତଥା ବାୟୁବାହ ନିରୋଧ , ଦ ହୋଲ୍ଟମି ମ୍ୟାଟେ ଲିପ୍ ଷ୍ଟିକ୍ ଯାହା ଗ୍ରାହକଙ୍କୁ ଗୋଟେ ସୁନ୍ଦର ଅନୁଭବ ଦେବ ।

ବୟସ୍କ ଚେହେରାରେ ଯୌବନର ଚମକ ଭରିବ ୧୦% ଭିଟାମିନ୍ ସି ଫେସ୍ ସିରମ୍

ତ୍ୱଚାର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ଭିଟାମିଟ୍ ସି ବହୁତ ଆବଶ୍ୟକ। ଭିଟାମିନ୍ ସି କୁ ନେଇ ପ୍ରସ୍ତୁତ ସିରମ୍ ଅନେକ ଫଳପ୍ରଦ । ଟି ଏ ସି. ଦ ଆୟୁରବେଦ କମ୍ପାନୀ ଏବେ ଏମିତି ଏକ ସିରମ୍ ଲଞ୍ଚ କରିଛି ଯାହା ତ୍ୱଚା ପାଇଁ ବେଶ୍ ଉପକାରୀ। ଅନ୍ତର୍ଯ୍ୟାତୀୟ ବଜାରରେ ଏହାର ଅନେକ ଚାହିଦା। ଏହାକୁ ତ୍ୱଚାରେ ଲଗାଇଲେ ୧୦% ପର୍ଯ୍ୟନ୍ତ ଭିଟାମିନ୍ ସି ବୃଦ୍ଧି କରିବା ସହ , ବିକିରଣ ପ୍ରଭାବରୁ ବଞ୍ଚାଇବାରେ ସହାୟକ ହୁଏ । ବୟସର ଛାପ ସହଜରେ ପଡିବାକୁ ଦିଏନି, ତ୍ୱଚାର ନମନୀୟତାକୁ ମଧ୍ୟ ବୃଦ୍ଧି କରେ । ତ୍ୱଚାରେ କୋଲାଜନ୍ ବଢାଇବା ସହ ସହଜେ ଶୁଷ୍କ ହେବାକୁ ଦିଏ ନାହିଁ । ତ୍ୱଚାକୁ ବ୍ରଣ, ଦାଗ, ରୁକ୍ଷତାରୁ ମୁକ୍ତ କରେ ଏବଂ ଗୋଟେ ନୂଆ ଚମକ ପ୍ରଦାନ କରେ । ପ୍ରାକୃତିକ ଉତ୍ପାଦରୁ ତିଆରି କରାଯାଉଛି ଏହି ସିରମ୍ ଯେମିତି କି ଅଙ୍ଗୁର, କମଳା ଔଷଧିକ ଚେରମୂଳୀ ଏ ଉତ୍ପାଦ ତିଆରି କରାଯାଏ । କସମେଟିକ୍ ଉତ୍ପାଦ ଗୁଡିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ପାରାବେନ୍ , ସିଲିକା , ସଲଫେଟ୍ ଇତ୍ୟାଦି ବ୍ୟବହାର କରାଯାଏ କିନ୍ତୁ ଦ ଆୟୁର୍ବଦ କମ୍ପାନୀର ଏ ଉତ୍ପାଦ ଯାହା ସଂପୂର୍ଣ୍ଣ ରାସାୟନିକ ପଦାର୍ଥ ନିରୋଧ ଅଟେ। ଏହା ଏକ ଆଇଓ ଏସ୍ ଜିଏମ୍ ପି ସ୍ୱିକୃତି ପ୍ରାପ୍ତ କମ୍ପାନୀ ଅଟେ ଯାହା ଶରୀର ଚର୍ଯ୍ୟା ପାଇଁ ବେଶ୍ ପ୍ରତିଷ୍ଠା ଲାଭ କରିଛି ।

ମାର୍ସ କସମେଟିକ୍ସ ସିଟି ପାରାଡାଇଜ୍ ପାଲେଟ୍ ।

ମେକଅପ୍ ରେ ମାର୍ସ କସମେଟିକ୍ସର ଉତ୍ପାଦର ବେଶ୍ ଭଲ ଚାହିଦା। ଏବେ ମାର୍ସ କସମେଟିକ୍ସ ତରଫରୁ ସିଟି ପରାଡାଇଜ୍ ପାଲେଟ୍ ରେ ଦୁଇଟି ଭଲ ଉତ୍ପାଦ ଲଞ୍ଚ କରିଛି । ଚେହେରାର ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଆଣିବା ପାଇଁ ମାର୍ସ କସମେଟିକ୍ସର ଏ ଉତ୍ପାଦ ଗୁଡିକର ଚାହିଦା ଭାରତର ବିଭିନ୍ନ ସହରରେ ରହିଛି। ସ୍ୱତନ୍ତ୍ର ପଦ୍ଧତି ଓ ଶୈଳୀରେ ତିଆରି ହୋଇଛି ମାର୍ସ କସମେଟିକ୍ସ
ଏ ନୂଆ ପ୍ରଡକ୍ଟ । ଏହାର ବିଶେଷତ୍ୱ ହେଉଛି ଧର ଆପଣ କେଉଁଆଡେ ଯାଉଛନ୍ତି ବାହାରେ ଅଛନ୍ତି ବାୟୁ, ଗରମ, ଝାଳ ସଂସ୍ପର୍ଶରେ ଆସିଲେ ମଧ୍ୟ ଏ ମେକଓଭର ସହଜରେ ଛାଡିବନି। ଉଜ୍ଜଳ ସହ ସତେଜ ତ୍ୱଚାର ଚମକ ପାଇବେ ଏହାର ବ୍ୟବହାରକାରି। ଏଥିରେ ୯ଟି ଆଇ ସ୍ୟାଡୋ, ହାଇଲାଇଟର, ବ୍ଲୁଜର, ବ୍ରୋନଜର ଓ ଫେସ୍ ପାଉଡର ମଧ୍ୟ ରହିଛି । ଏହାକୁ ସୁରକ୍ଷିତ ରଖିବା ପାଇଁ ସୁନ୍ଦରଭାବେ ପ୍ୟାକିଂ କରାଯାଇଛି। ଶିମର ଓ ମାଟେ ସେଡ୍ ସବୁକୁ ବେଶ୍ ଭଲ ଭାବରେ ସଜା ଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page