ଭବ୍ୟ ଭାରତ ୧ :ଭାରତର ସବୁଠାରୁ ଆଧୁନିକ ରାଜ୍ୟ କର୍ଣ୍ଣାଟକ

0

ସୁନ୍ଦର ଦର୍ଶନୀୟ ସ୍ଥାନ ସହ ଆଧୁନିକ ଜ୍ଞାନ କୌଶଳରେ ପରିପୂର୍ଣ୍ଣ ଦକ୍ଷିଣ ଭାରତର କିଛି ରାଜ୍ୟ ମଧ୍ୟରୁ କର୍ଣ୍ଣାଟକ ଅନ୍ୟତମ। ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ସ୍ଥଳ ଭାବରେ ବେଶ୍ ସମୃଦ୍ଧ ଏହି ରାଜ୍ୟ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ସ୍ବାଧୀନତା ପୂର୍ବରୁ ଏହି ରାଜ୍ୟ ମୈସୁର ନାମରେ ପରିଚିତ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ୧୯୭୩ ମସିହା ପରେ ଏହା କର୍ଣ୍ଣାଟକ ଭାବରେ ପରିଗଣିତ ହେଲା। ଏହାର ରାଜଧାନୀ ବେଙ୍ଗାଲୁରୁ ଦକ୍ଷିଣ ଭାରତର ରଙ୍ଗୀନ ସଂସ୍କୃତିର ସହର ଭାବରେ ବେଶ୍ ପରିଚିତ।

ଉଚ୍ଚ ଅଟ୍ଟାଳିକା, ଜନଗହଳୀପୂର୍ଣ୍ଣ ରାସ୍ତା ଦେଶ ବିଦେଶର ଅନେକ ପର୍ଯ୍ୟଟକ ଏହି ସହରରେ ଦେଖିବାକୁ ମିଳିଥାନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ନୂଆ ପିଢିର ସହର ଭାବରେ ପରିଚିତ ଏହି ସହରକୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଯୁବପିଢ଼ି ଛୁଟି ଆସିଥାନ୍ତି। ପର୍ଯ୍ୟଟନ ମାନଚିତ୍ରରେ କର୍ଣ୍ଣାଟକ ତାର ସୁନ୍ଦର ସହର, ସମୁଦ୍ର ବେଳାଭୂମୀ, ଝରଣା, ପାହାଡ ଜଙ୍ଗଲ ପାଇଁ ବିଖ୍ୟାତ। ବେଶି ଲମ୍ବା ସମୁଦ୍ର ବେଳାଭୂମୀ ଏଠାରେ ଦେଖା ଯାଇନଥିଲେବି କାରବର, ଗୁକଣ୍ଡ, ମାଲପେଉଲାଲ୍ ଏବଂ ମାଙ୍ଗାଲୋର ପରି ଅନେକ ପ୍ରସିଦ୍ଧ ବେଳାଭୂମୀ ପାଇଁ ବେଶ୍ ପରିଚିତ।

ଇତିହାସ କହେ କର୍ଣ୍ଣାଟକରେ ଅନେକ ଶକ୍ତିଶାଳୀ ରାଜବଂଶ ସେମାନଙ୍କର ଶାସନ ସମୟର କିର୍ତ୍ତିରାଜୀ ଛାଡି ଯାଇଛନ୍ତି ଯାହା ଆଜି ପର୍ଯ୍ୟଟକଙ୍କ ପାଇଁ ଶୋଭା ପାଉଛି। ରାଣୀ ଲକ୍ଷ୍ମିବାଇଙ୍କ ଏହି ରାଜ୍ୟରେ ମୈସୁର ପ୍ୟାଲେସ୍ ଦେଶର କିଛି ବିଶେଷ ରାଜମହଲ ମାନଙ୍କ ମଧ୍ୟରୁ ଅନ୍ୟତମ। ସୁନ୍ଦର କଳାକୃତ୍ତିରେ ତିଆରି ହୋଇଥିବା ଏହି ମହଲ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଐତିହାସିକ ସ୍ଥଳ ହାମ୍ପି କର୍ଣ୍ଣାଟକ ପର୍ଯ୍ୟଟନର ଆଉ ଏକ ପରିଚୟ। କର୍ଣ୍ଣାଟକ ବାସୀଙ୍କ ବ୍ୟଞ୍ଜନ ମଧ୍ୟରେ ଓଡପି, ମାଲାନଡୁ, ମାଙ୍ଗାଲୁରୀ ଅନ୍ୟତମ।

କର୍ଣ୍ଣାଟକବାସୀ ବହୁ ପରିମାଣରେ ଦହି ଖାଇଥାନ୍ତି।ଏହି ରାଜ୍ୟର ପଶ୍ଚିମ ଘାଟରେ ଅବସ୍ଥିତ ମାଲ୍ୟାନଗରୀ,ବାବା ବୁଦମନଗରୀ ପର୍ବତ ଖୁବ୍ ଆକର୍ଷଣୀୟ ହେଲେ ଏହି ସ୍ଥାନକୁ ସହଜରେ ଯିବା ସମ୍ଭବ ନୁହେଁ। ସାରାନଦୀ ଉପରେ ୨୫୩ ଫୁଟ ଉଚ୍ଚର ଜୁକ୍ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ। କର୍ଣ୍ଣାଟକର ପର୍ବ ପର୍ବାଣୀ ମଧ୍ୟରେ ଦସହରା, ମକର ସଂକ୍ରାନ୍ତି ଖୁବ୍ ବିଶେଷତ୍ବ ରଖେ। କନ୍ନଡ ଏହି ରାଜ୍ୟର ମାତୃଭାଷା ହୋଇଥିଲେବି ତାମିଲ, ତେଲଗୁ, ହିନ୍ଦୀ, କୋଙ୍କଣି, ଉର୍ଦ୍ଦୁ ଇତ୍ୟାଦି ଭାଷା ମଧ୍ୟ ବ୍ୟବହାର କରିଥାନ୍ତି।

ମୈସୁର ରାଜ୍ୟ ଭାବେ ୧.୧୧.୧୯୫୬ ରେ ଜନ୍ମ ନେଇଥିବା ଏହି ରାଜ୍ୟର ବର୍ତ୍ତମାନର ଜନସଂଖ୍ୟା ୬.୨ କୋଟିରୁ ଅଧିକ। ୧ ଲକ୍ଷ ୯୧ ହଜାର ବର୍ଗ କିଲୋମିଟର ପରିଧି ବିଶିଷ୍ଠ ଏହି ରାଜ୍ୟରେ ସ୍ବାକ୍ଷଳତା ହାର ୭୫.୩୬ ପ୍ରତିଶତ। ପୂର୍ବରେ ଆନ୍ଦ୍ରପ୍ରଦେଶ ପଶ୍ଚିମରେ ଗୋଆ ଏବଂ ଆରବ ସାଗର ଉତ୍ତରରେ ମହାରାଷ୍ଟ୍ର ଓ ଦକ୍ଷିଣରେ ତାମିଲନାଡୁ, କେରଳ ରାଜ୍ୟ ଅବସ୍ଥିତ। ୩୦ ଟି ଜିଲ୍ଲାବିଶିଷ୍ଠ ଏହି ରାଜ୍ୟର ସମୁଦାୟ ଜନସଂଖ୍ୟାର ୮୪ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ୧୨ ପ୍ରତିଶତ ମୁସଲମାନ ସମ୍ପ୍ରଦାୟର ଲୋକ ବାସ କରିଥାନ୍ତି।

ଭାରତୀୟ ରେଡ଼ିଓ ଇତିହାସରେ କର୍ଣ୍ଣାଟକର ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ୧୯୩୫ ମସିହାରେ ଆକାଶବାଣୀ ପ୍ରଥମ ଘରୋଇ ରେଡିଓ ସେଣ୍ଟର ମୈସୁରରେ ଏମ ଭି ଗୋପାଳସ୍ବାମୀଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା। ପୂର୍ବତନ ଭାରତୀୟ କ୍ରିକେଟର ଅନିଲ୍ କୁମ୍ବଲେ ଏବଂ ବାଙ୍ଗାଲୁରର ଚିନ୍ନାସ୍ବାମୀ ଷ୍ଟାଡିୟମ କ୍ରିକେଟପ୍ରେମୀଙ୍କ ପାଇଁ ଦୁଇଟି ଖୁବ୍ ପରିଚିତ ନାମ। ସମଗ୍ର ଦେଶର ୬୫ ପ୍ରତିଶତ କଫି କର୍ଣ୍ଣାଟକରୁ ହିଁ ପ୍ରସ୍ତୁତ ହୋଇଥାଏ।ପ୍ରକୃତିର ଏହି ନୈସର୍ଗିକ ଶୋଭା ବିମଣ୍ଡିତ ରାଜ୍ୟ କର୍ଣ୍ଣାଟକ ଆଜି ସମଗ୍ର ଦେଶରେ।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page