ସବୁଠାରୁ ବିକଶିତ ରାଜ୍ୟ କେରଳ
![](https://www.sanketkhabar.com/wp-content/uploads/2020/07/FB_IMG_1595854099731.jpg)
ଦେଶର ଦକ୍ଷିଣରେ ଅବସ୍ଥିତ କେରଳ ସ୍ବାକ୍ଷରତା ହାରରେ ପ୍ରଥମ ରାଜ୍ୟ। ସୁନ୍ଦର ସମୁଦ୍ର ତଟ, ନୀଜ ଜଳରାଶି, ଉଚ୍ଚ ପାହାଡ ପାଇଁ ପ୍ରସିଦ୍ଧ ଏହି ରାଜ୍ୟ ଏସିଆର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ। ନଡିଆ ଗଛର ରାଜ୍ୟ ବୋଲି କୁହା ଯାଉଥିବା ଏହି ରାଜ୍ୟରେ ୭.୭ ଲକ୍ଷ ହେକ୍ଟର ଚାଷ ଜମିରେ ନଡିଆ ଚାଷ ଦେଖିବାକୁ ମିଳିଥାଏ। ଏହା ଏହି ରାଜ୍ୟର ଏକ ମୂଖ୍ୟ ଆୟକାରୀ ଫସଲ ଅଟେ।
୧ ନଭେମ୍ବର ୧୯୫୬ ରେ ଗଠିତ ଦେଶର ଏହି ୨୧ତମ ରାଜ୍ୟର ଉତ୍ତର ଓ ଉତ୍ତର-ପୂର୍ବରେ କର୍ଣ୍ଣାଟକ, ଦକ୍ଷିଣ ଓ ପୂର୍ବରେ ତାମିଲନାଡୁ, ପଶ୍ଚିମରେ ଲାକ୍ଷାଦ୍ବିପ ଅବସ୍ଥିତ। ୩ କୋଟି ୪୮ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ଏହି ରାଜ୍ୟରେ ମହିଳା ଓ ପୁରୁଷଙ୍କ ଅନୁପାତ ୧ ହଜାରରେ ୧ ହଜାର ୮୪। ପଶ୍ଚିମରେ ଆରବ ସାଗର ଏବଂ ୪୪ ନଦୀର ରାଜ୍ୟ କେରଳକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏହାର ସୁନ୍ଦର ଭୌଗଳିକ ଅବସ୍ଥିତି, ନୌକାବିହାର, ହାଉସ ବୋଟ୍, ସୁନ୍ଦର ଚା ବଗିଚା ସ୍ବର୍ଗ ଠାରୁ ମଧ୍ୟ କିଛି କମ୍ ନୁହେଁ।
ଦେଶର ସବୁଠାରୁ ଶିକ୍ଷିତ ଓ ବିକଶିତ ରାଜ୍ୟ ଭାବେ ପରିଚିତ ଏହି ରାଜ୍ୟରେ ମହିଳାମାନେ ମଧ୍ୟ ଖୁବ୍ ଉନ୍ନତ ଓ ସ୍ବାବଲମ୍ବୀ। ସବୁଠାରୁ ସ୍ବଚ୍ଛ ରାଜ୍ୟ ଭାବେ ମଧ୍ୟ ଦେଶରେ ଏହାର ଏକ ସ୍ବତନ୍ତ୍ର ପରିଚୟ ଅଛି। ଏହି ରାଜ୍ୟର ଅଧିବାସୀଙ୍କ ହାରାହାରି ଆୟୁଷ ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ୯୦ ପ୍ରତିଶତ ଲୋକଙ୍କ ନିଜସ୍ବ ଜମି ଉପରେ ଘର ଥିବାର ଦେଖାଯାଏ। ପ୍ରତ୍ୟକ ଗ୍ରାମରେ ହସ୍ପିଟାଲ୍ ଓ ବ୍ୟାଙ୍କ ଦେଖିବାକୁ ମିଳିବା ବେଳେ ଟେଲିକମ୍ ଓ ଅନ୍ୟାନ୍ୟ ଦୃଷ୍ଟିରୁ ଏହା ଦେଶର ପ୍ରଥମ ଡିଜିଟାଲ ରାଜ୍ୟର ମାନ୍ୟତା ପାଇଛି।
ମାର୍ସାଲ ଆର୍ଟର ରାଜ୍ୟ ଭାବରେ ପରିଚିତ ଏହି ରାଜ୍ୟରେ ଏବେବି ଆୟୁର୍ବେଦ ଚିକିତ୍ସା ଉପରେ ସର୍ବାଧିକ ଲୋକ ଭରଷା କରିଥାନ୍ତି। ଉଚ୍ଚ ସ୍ବାକ୍ଷରତା ହାର ପାଇଁ ଦେଶର ସମସ୍ତ ଉଚ୍ଚ ପଦବୀରେ କେରଳ ଲୋକମାନେ ଅବସ୍ଥାପିତ ହେବାର ଦେଖାଯାଏ। ଏଠାକାର ଲୋକଙ୍କର ମାତୃଭାଷା ମାଲାୟାଲାମ ହୋଇଥିବା ବେଳେ ଇଂରାଜୀ ବହୁଳ ପରିମାଣରେ ମଧ୍ୟ ବ୍ୟବହାର କରା ଯାଇଥାଏ। ଦେଶର ସବୁଠାରୁ ଅଧିକ ହାତୀ ଏଠାରେ ଦେଖା ଯାଇଥାନ୍ତି
କେରଳର ଅଧିବାସୀ ବହୁ ପରିମାଣରେ ସୁନା ବ୍ୟବହାର କରିଥାନ୍ତି। ଦ୍ବିତୀୟ କମ୍ ଦୁର୍ନୀତି ପ୍ରବଣ ରାଜ୍ୟ ଭାବରେ କେରଳ ପରିଚିତ। ଏଠାର ଚାରିଗୋଟି ଆନ୍ତର୍ଜାତୀୟ ବିମାନ ବନ୍ଦର ଥିବା ବେଳେ ସାହିତ୍ୟ ସଂସ୍କୃତିକୁ ମଧ୍ୟ ସମ ପରିମାଣରେ ଗୁରୁତ୍ବ ଦିଆ ଯାଇଥାଏ। କେରଳର ଲୋକପ୍ରିୟ ପର୍ବ ଓନାମକୁ ଛାଡିଦେଲେ ଅଟକୁଲ୍ ,ବୋଟ ଫେଷ୍ଟିଭାଲ, ଖ୍ରୀଷ୍ଟମାସ ଅନ୍ୟତମ। ବ୍ରିଟିଶ୍ ଭାରତ ବର୍ଷରେ ପାଦ ଦେଇଥିବା ରାଜ୍ୟମାନଙ୍କ ମଧ୍ୟରୁ କେରଳ ଅନ୍ୟତମ୍ ।
୫୫ ପ୍ରତିଶତ ହିନ୍ଦୁ ଏହି ରାଜ୍ୟରେ ବାସ କରୁଥିବା ବେଳେ ୨୬ ପ୍ରତିଶତ ମୁସଲମାନ ଏବଂ ୧୮ ପ୍ରତିଶତ ଖ୍ରୀଷ୍ଟିଆନ ଏଠାରେ ବାସକରନ୍ତି। Munnar, Allepey, Kochi, Kovslam, Kumarkam, Wayanad, Varkala ଏବଂ Thiruvanantapuram ପରି ଦର୍ଶନୀୟ ସ୍ଥାନ କେରଳ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ। ପ୍ରକୃତିର ଏକ ନୈସର୍ଗିକ ଶୋଭାର ଭଣ୍ଡାର କେରଳ ଦେଶର ଅନ୍ୟତମ ସୁଖି ରାଜ୍ୟ ଭାବରେ ମଧ୍ୟ ପରିଚିତ।
ବିରଞ୍ଚି ନାରାୟଣ ଦାସ