ଭାରତରେ ଆଉ ଏକ ଫ୍ରାନ୍ସ୍ -ପଣ୍ଡିଚେରୀ ଭବ୍ୟ_ଭାରତ_୫

0

ଭାରତରେ ରହି ବିଦେଶର ଅନୁଭବ ପାଇବାକୁ ହେଲେ ଆମକୁ ପଣ୍ଡିଚେରୀରେ ଯିବାକୁ ପଡିଥାଏ। କୁହାଯାଏ ପଣ୍ଡିଚେରୀ ଆଉ ଏକ ଫ୍ରାନ୍ସର ଭ୍ରମ ମନରେ ସୃଷ୍ଟିକରେ। ବିସ୍ତିର୍ଣ୍ଣ ରାସ୍ତା, ବ୍ୟବସାୟ ପ୍ରତିଷ୍ଠାନ, ବଡବଡ ଅଟ୍ଟାଳିକା, ରାସ୍ତା କଡର ନାମ ଫଳକ, ହୋଟେଲ୍ ରେସ୍ତୋରାଁ ସବୁଠି ଫ୍ରାନ୍ସର ଅନୁଭବ ମିଳିଥାଏ। ଆଧୁନିକ ଭାରତ ଓ ଫ୍ରାନ୍ସ ସଭ୍ୟତାର ଏକ ମିଶ୍ରଣରୁ ସୃଷ୍ଟି ହୋଇଛି ସୁନ୍ଦର କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀ। ଏଠାକାର ଅଧିବାସୀ ଖୁବ୍ ସହଜରେ ଫ୍ରେଞ୍ଚ ଭାଷାରେ କଥା ହୋଇଥାନ୍ତି।

ଏହି ସହରର ଟାଉନ ପ୍ଲାନିଂ ଖୁବ୍ ଆକର୍ଷଣୀୟ। ଏହି ସହରରେ ଫ୍ରେଞ୍ଚମାନେ ରହୁଥିବା ଅଞ୍ଚଳକୁ ହ୍ବାଇଟ୍ ଟାଉନ କୁହା ଯାଉଥିବା ବେଳେ ଏହାର ମୂଳନିବାସୀ ତାମିଲ ମାନଙ୍କର ରହିବା ସ୍ଥଳକୁ ବ୍ଲାକ୍ ଟାଉନ କୁହା ଯାଇଥାଏ। ହ୍ବାଇଟ୍ ଟାଉନର ସୁନ୍ଦର ସୁରମ୍ୟ ଅଟ୍ଟାଳିକା ଗୁଡିକ ହଳଦିଆ ରଙ୍ଗରେ ରଙ୍ଗା ଯାଇଥିବାର ଦେଖାଯାଏ। ସୁନ୍ଦର ପ୍ରକୃତିକ ପରିବେଶ୍, ସମୁଦ୍ର ବେଳାଭୂମୀ ଆଉ ସବୁଜ ଚାଷଜମୀ ପାଇଁ ଏହି ରାଜ୍ୟ ବିଖ୍ୟାତ। ପ୍ରୋମିନେଣ୍ଟ, ଅରୋବିଲ୍, ପାରାଡାଇଜ୍ ଏବଂ ସେରିନିଟି ବେଳାଭୂମୀ ଗୁଡିକ ପଣ୍ଡିଚେରୀର ସବୁଠାରୁ ସୁନ୍ଦର ବେଳାଭୂମୀ ଭାବରେ ପରିଚିତ।

ସମୁଦ୍ରର କୂଳରୁ ଆଠ କିଲୋମିଟର ଭିତରେ ଥିବା ପାରାଡାଇଜ୍ ବେଳାଭୂମୀ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ। ସ୍କୁଭା ଡାଇଭିଂର ମଜା କିମ୍ବା ଉଦିତ ସୂର୍ଯ୍ୟଙ୍କ ରୂପର ମଜା ନେବାକୁ ଚାହୁଁଥିଲେ ପଣ୍ଡିଚେରୀର ବିସ୍ତିର୍ଣ୍ଣ ବେଳାଭୂମୀ ଉପଯୁକ୍ତ ସ୍ଥାନ। ସହରରେ ୩୨ ଟି ଚର୍ଚ୍ଚ ଥିବାବେଳେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ପବିତ୍ର ମୂଳ ଆଶ୍ରମ ଏଠାରେ ଅବସ୍ଥିତ। ଏଠାରେ ଅନେକ ସଂଖ୍ୟାର କାଫେ ଦେଖିବାକୁ ମିଳିଥାଏ। ଭିନ୍ନ ଭିନ୍ନ ଖାଦ୍ୟର ରୂଚି ରଖୁଥିବା ଏହି ରାଜ୍ୟବାସୀ ମୂଖ୍ୟତଃ କୃଷି ଉପରେ ନିର୍ଭର କରି ଚଳିଥାନ୍ତି।

ପଣ୍ଡିଚେରୀର ସ୍ବାକ୍ଷରତା ହାର ୮୬.୫୫ ପ୍ରତିଶତ ଯାହା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଠ ଅଧିକ। କୋଡିଏ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ଅବସ୍ଥିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର ୨ ଲକ୍ଷ ୪୦ ହଜାର ଲୋକ ବସବାସ କରନ୍ତି।

ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page