ରାଷ୍ଟ୍ରୀୟ ଏକତା ଦିବସ ଅବସର ରେ “ଭାଷା ସଂଗମ” ମୋବାଇଲ ଆପର ଲୋକାର୍ପଣ

0

ଭୁବନେଶ୍ୱର (ସଙ୍କେତ ଖବର): ଆଜି ନୂଆଦିଲ୍ଲୀ ରେ ରାଷ୍ଟ୍ରୀୟ ଏକତା ଦିବସ ଅବସର ରେ ‘ଭାଷା ସଂଗମ’ ମୋବାଇଲ ଆପର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ମୋବାଇଲ କୁଇଜ ଗେମ୍ ଆପ୍’ ର ମଧ୍ୟ ଉନ୍ମୋଚନ କରିଛନ୍ତି।

‘ଭାଷା ସଂଗମ ଆପ’ ଦ୍ବାରା ଛାତ୍ରଛାତ୍ରୀ ୨୨ଟି ଆଂଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଏହି ଅବସର ରେ କହିଛନ୍ତି।। ‘ଭାଷା ସଂଗମ ଆପ’ରେ ୨୨ଟି ଆଂଚଳିକ ଭାଷାରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଉପଲବ୍ଧ ରହିଛି । ଏହି ‘ଭାଷା ସଂଗମ’ ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ‘ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ୍ ଆପ୍’ ଭାରତର ସଭ୍ୟତା, ସଂସ୍କୃତି ଓ ଇତିହାସ ଉପରେ ଅବଗତ କରାଇବ ।
ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page