୨୦୧୯ ନିର୍ବାଚନରେ ବିଜେପିକୁ ମହିଳା ମାନେ ଜବାବ ଦେବେ:ପ୍ରମିଳା ମଲ୍ଲିକ

0

ଯାଜପୁର (ସଂକେତ ଖବର ବ୍ୟୁରୋ)

ଋାଜ୍ୟରେ ମହିଳା ଏକାଠି ହେଲେଣୀ । କେନ୍ଦ୍ରସରକାର ଯେଭଳି ଭାବେ ଦୈନିକ ପେଟ୍ରୋଲ ଡିଜେଲ ଏବଂ ଗ୍ୟାସ ଦର ବୃଦ୍ଧି କରୁଛନ୍ତି ତାର ଜବାବ ମହିଳା ମାନେ ଦେବେ ବୋଲି ବିଜୁ ମହିଳା ଜନତା ଦଳର ର ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଳିକ ଚେତାବନି ଦେଇଛନ୍ତି ।  ଯାଜପୁର ବିଂଝାରପୁର ବ୍ଲକ ଚିକଣାରେ ଅନୁଷ୍ଠିତ ବିଶାଳ ମହିଳା ସମାବେଶରେ ଯୋଗ ଦେଇ ଏକଥା କହିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ମଧ୍ୟ ବୃଦ୍ଧି ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।  

ପୂର୍ବତନ ଯାଜପୁର ଜିଲା ମହିଳା ସଭାନେତ୍ରୀ ସଂଯୁକ୍ତା ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକ, ତ୍ରିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ଯାଜପୁର ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୂଜାରାଣୀ ବଳ, ରାଜ୍ୟ କାର୍ଯ୍ୟକାରିଣୀ ଉପ ସଭାନେତ୍ରୀ ସଂଯୁକ୍ତା ମହଲା, ରାଜ୍ୟ ବିଜେଡି ମହିଳା ସାଧାରଣ ସମ୍ପାଦିକା ସ୍ୱର୍ଣ୍ଣଲତା ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ପ୍ରୀୟତମା ବେଉରୀଆ, ପ୍ରତିଭା ମଲ୍ଲିକ, ନିନାରାଣୀ ସାମଲ, ବ୍ଲକ ମହିଳା ବିଜେଡି ସଭାପତି ଅହଲ୍ୟା ସ୍ୱାଇଁ, ସରସ୍ୱତୀ ମହାନ୍ତି, ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ,ବିଞ୍ଝାରପୁର ବ୍ଲକ ଉପାଧ୍ୟକ୍ଷା କୁମୁଦୁନୀ ଦାସ, ଜିଲ୍ଲାପରିଷଦ ସଭ୍ୟା ସୁଷମା ସେଠୀ, ରଂଜିତା ରାଉତ, ସିଜାତା ମଲ୍ଲିକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମହିଳା ମାନଙ୍କୁ ଅବଗତ କରାଇବା ସହିତ କଂଗ୍ରେସ ଓ ବିଜେପି ସରକାର ଉପରେ ବର୍ଷିର୍ଥିଲେ ।

ଏହାର ଭିଡିଓ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ

 

ତ୍ରିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ମମତା ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହିତ କେନ୍ଦ୍ରରେ ବିଜେପି ସରକାର ଆଚ୍ଛେଦିନ ଆୟେଗା ର ଯେଉଁ ନାରାଦେଇ ସରକାରକୁ ଆସିଥିଲା, ତାହା ଏବେ ସେ ସମ୍ପୁର୍ଣ୍ଣ ଭୂଲିଯାଇଛି । ତୈଳଦର ଓ ଗ୍ୟାସଦର ବୃଦ୍ଧି ସିଧାସଳଖ ଗରିବ ମା ଭଉଣୀଙ୍କ ଉପରେ ପଡୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ବିଧାୟିକା ପ୍ରମିଳା ମଲ୍ଲିକ ମଧ୍ୟ କଂଗ୍ରେସ ଓ ବିଜେପି ଉପରେ ଖୁବ ବର୍ଷିଥିଲେ । କଂଗ୍ରେସ ଶାସନ ସମୟରେ ରାଜ୍ୟର କୈାଣସି ଆଖିଦୃଷିଆ ବିକାଶ ହୋଇନଥିବା ବେଳେ ମହିଳା ମାନଙ୍କୁ ସାମାଜିକ ସୁରକ୍ଷା ମିଳୁନଥିଲା । ମାତ୍ର ନବୀନ ପଟ୍ଟନାୟକଙ୍କ ସରକାରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦେଖିଥିବା ସ୍ୱପ୍ନ ସାକାର ହୋଇଛି ।

ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସାମାଜିକ ସୁରକ୍ଷା ଓ ସମ୍ମାନ ପ୍ରଦାନ କରାଯାଇଛି । ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବିଜେଡି ସରକାରର ଏକ ପ୍ରମୁଖ ସଫଳତା ବୋଲି ବିଧାୟିକା ପ୍ରମିଳା ମଲ୍ଲିକ କହିବା ସହିତ ବିଜେପିକୁ କଡା ସମାଲୋଚନା କରିଛନ୍ତି । ଶୀତ ଋତୁରେ ଚିଲିକାକୁ ଯେଉଁଭଳି ଭାବେ ବିଦେଶୀ ପକ୍ଷୀ ମାନେ ଆସନ୍ତି ଓ ଦିନ କେତେଟା ରହି ନିଜର ଖାଦ୍ୟ ସଂଗ୍ରହ କରି ଚାଲିଯାଆନ୍ତି, ସେହିପରି ବିଜେପି ର ବହୁ ନେତା ବିଭିନ୍ନ ରାଜ୍ୟରୁ ଆସି ଓଡିଶା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନଙ୍କ ସ୍ୱାର୍ଥ ସାଧନ ହେବା ପରେ ସେମାନେ ପୁଣି ନିଜ ରାଜ୍ୟକୁ ଫେରିଯାଉଛନ୍ତି ବୋଲି କହି ବିଧାୟିକା ପ୍ରମିଳା ମଲ୍ଲିକ ବିଜେପିକୁ କଡା ସମାଲୋଚନା କରିଥିଲେ ।

ଏହି ବିଶାଳ ମହିଳା ସମାବେଶରେ ସଙ୍ଗୀତଜ୍ଞ ଦୀନେଶ ମଲ୍ଲିକ ଓ ଅରୁପମା ନାୟକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସ୍ୱର୍ଣ୍ଣଲତା ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ଚିକଣା ସରପଞ୍ଚ ଧୃବ ଚରଣ ସେଠୀ, ପର୍ଶୁ କବି, ରବି ପରିଡା, ସରୋଜ ସାମଲ, ହେମେନ୍ଦ୍ର ସାମଲ, ଜିତେନ୍ଦ୍ର ପ୍ରଧାନ ,ଲେଲିନ ଦାସ ପ୍ରମୁଖ ସହଯୋଗ କରିଥିଲେ ।ସମାବେଶରେ ବିଂଝାରପୁର ନିର୍ବାଚନ ମଣ୍ଡଳୀର ୧୦ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ । ପୂର୍ବରୁ ବିଧାୟିକାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ସଭାସ୍ଥଳକୁ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page