ବିଂଝାରପୁର ରେ ବିଜେଡିର ମିଶ୍ରଣ ପର୍ବ

0

ବିଂଝାରପୁର(ସଂକେତ ଖବର ) ବିଂଝାରପୁର କଲ୍ୟାଣ ମଣ୍ଡପଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ମୁରଲି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିର ପୂର୍ବତନ ଜିଲ୍ଲା ସଂପାଦକ ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଧିରେନ ଦାସଙ୍କ ନେତୃତ୍ଵରେ ଦୀପକ ନାଥ, ନକୁଳ ଯେନା, ବିଷ୍ଣୁ ସାହୁ, ନିର୍ମଳ ଯେନା, ସେକ ହବିବ୍, ଉପେନ୍ଦ୍ର ଦାସ, ବଳିଆ ବେହେରା, ବାଦଲ ମହାଳିକ, ମାନସ ବେହେରା, ଦୈତାରି ମଲିକ, ମଦନ ଯେନା, ସୁଦର୍ଶନ ଦାଶ, ଅଜୟ ଦାସ, ସନାତନ ମହାଳିକ, ସୁରେନ୍ଦ୍ର ମହାଳିକ, ଚକ୍ରଧର ବେହେରା, ଟୁଟୁ ଯେନାଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି।

ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ଯୋଗଦେଇ ଶ୍ରୀ ଦାସଙ୍କ ସମେତ ତାଙ୍କ ସମର୍ଥକଙ୍କୁ ପୁଷ୍ପ ମାଲ୍ୟ ଓ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଉପାଧ୍ୟକ୍ଷା କୁମୁଦିନୀ ଦାସ, ବିଜୁ କୃଷକ ଜିଲ୍ଲା ସଭାପତି ନିତ୍ୟାନନ୍ଦ ରାଉତ, ନିର୍ବାଚନମଣ୍ଡଳୀ ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ଗୋପବନ୍ଧୁ ଦାସ, ଛାତ୍ର ବିଜେଡି ବ୍ଲକ ସାଧାରଣ ସଂପାଦକ ମିଲନ୍ ଦାସ, ଉପେନ୍ଦ୍ର ଦାସ, ରଂଜନ ଦାସ, ସୁଧିର ଦାସ, ବାଇନ ସାମଲ, ତପନ ଯେନା, ନିର୍ମଳ ଯେନା, ଜିତେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page