ହରିୟାଣାରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି ସରକାର

0

ନୂଆଦିଲ୍ଲୀ:ହରିୟାଣାରେ ସରକାର ଗଢ଼ିବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ରାଜ୍ୟରେ ସରକାର ଗଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି  (ଜେଜେପି) ଏକାଠି ହୋଇଛନ୍ତି। ଜେଜେପି ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌତାଲାଙ୍କ ସହିତ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅମିତ ଶାହା ଶୁକ୍ରବାର ରାତି ଏହି ଘୋଷଣା କରିଛନ୍ତି। ଶାହା କହିଛନ୍ତି ଯେ, ହରିୟାଣାରେ ବିଜେପି ଓ ଜେଜେପି ଦ୍ୱାରା ମେଣ୍ଟ ସରକାର ଗଢ଼ାଯିବ। ଶାହା କହିଛନ୍ତି ଯେ, ମେଣ୍ଟ ସରକାରରେ ବିଜେପିରୁ ମୁଖ୍ୟମନ୍ତ୍ରୀ ଓ ଜେଜେପିରୁ ଉପମୁଖ୍ୟମନ୍ତ୍ରୀ କରାଯିବ। ସରକାର ଗଢ଼ିବା ନେଇ ଘୋଷଣା ପୂର୍ବରୁ ବିଜେପି ଓ ଜେଜେପି ନେତାଙ୍କ ମଧ୍ୟରେ ଆଜି ବୈଠକ ବସିଥିଲା। ଅମିତ ଶାହା କହିଛନ୍ତି, ଜନାଦେଶକୁ ସମ୍ମାନ କରି ଉଭୟ ପାର୍ଟି ଏକାଠି ହୋଇ ସରକାର ଗଢ଼ିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

You cannot copy content of this page