ମରୁଡ଼ିର ପଦଧ୍ଵନି ;କୋରେଇକୁ ମରୁଡି ଅଞ୍ଚଳ ଘୋଷଣା ପାଇଁ ଦାବି କଲା ବିଜେପି ।
![](https://www.sanketkhabar.com/wp-content/uploads/2021/08/WhatsApp-Image-2021-08-12-at-6.50.46-PM-1024x473.jpeg)
କୋରେଇ (ସଂକେତ ଖବର )କୋରେଇ ଏକ କୃଷି ପ୍ରଧାନ ଅଞ୍ଚଳ । ଏହାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । କୋରେଇ ଓ ଏହାର ଆଖ ପାଖ ଅଂଚଳରେ ବହୁତ ଦିନ ହେବ ବର୍ଷା ହୋଇନଥିବାରୁ ଏହି ଅଞ୍ଚଳରେ ସମସ୍ତ ଵିଲ ବାଡ଼ି ଶୁଖିଲା ରହିଛି। ଚାଷ ଜମି ଗୁଡିକ ଫାଟି ଆଁ କରିଛି। ଚାଷ କାର୍ଯ୍ୟ ଏପର୍ଯ୍ୟନ୍ତ କିଛିବି ଆରମ୍ଭ ହୋଇନାହିଁ। ବ୍ଲକର ୨୮ ପଞ୍ଚାୟତର ଲୋକଙ୍କ ଏବଂ ତାଙ୍କ ପରିବାର ଚାଷ କାର୍ଯ୍ୟ ରୁ ହିଁ ପ୍ରତିପୋଷଣ ହୁଏ। ଏବେ ଚାଷ କାର୍ଯ୍ୟ ହୋଇପାରିନଥିବାରୁ ଚାଷୀ ମନେ ମୁଣ୍ଡରେ ହାତ ଦେଇ ଦୁର୍ଦ୍ଦିନ ଅବସ୍ଥାରେ ଅଛନ୍ତି। ଏଣୁ କୋରେଇ ବ୍ଲକ୍ କୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କରନ୍ତୁ ଓ ଚାଷୀ ମାନଙ୍କୁ ତାଙ୍କର ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ଓ ଚାଷୀ ମାନେ କରିଥିବା କୃଷି ଋଣ କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଉ। ରାଜ୍ୟ ସରକାର ନିରବ ଦ୍ରଷ୍ଟା ନ ରହି ଯଥାଶୀଘ୍ର ଚାଷୀ ମାନଙ୍କ ସମସ୍ୟା କୁ ଦୂର କରନ୍ତୁ।
କୋରେଇ ବିଜେପି ନେତା ବିଶ୍ୱଜିତ୍ ନାୟକଙ୍କ ପରାମର୍ଶରେ ଏହି ସବୁ ଦାବି ନେଇ ଆଜି ଦଳର ଏକ ପ୍ରତିନିଧିମଣ୍ଡଳ ଯାଜପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୋରେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ।
![](https://www.sanketkhabar.com/wp-content/uploads/2021/08/WhatsApp-Image-2021-08-12-at-6.50.44-PM-1024x506.jpeg)
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ଜିଲ୍ଲା ଉପସଭାପତି ପ୍ରମୋଦ ନାୟକ, ଜିଲ୍ଲା ସମ୍ପାଦିକା ଦିପ୍ତିମୟୀ କୁଅଁର, ମଣ୍ଡଳ ସଭାପତି ନୀଳମାଧବ ଚକ୍ର, ରବୀନ୍ଦ୍ର ବେହେରା, ପ୍ରମୋଦ ସାହୁ, ନାରୀ ନେତ୍ରୀ ଜୟନ୍ତୀ ସାହୁ, ରଞ୍ଜିତା ପରିଡ଼ା, ଦଳୀୟ ନେତା ବିଜୟ ଘଡେ଼ଇ, ଶଶୀଭୂଷଣ ସେନାପତି, ବିଷ୍ଣୁ ରଥ, ପ୍ରଦୀପ ରାଉତ, ରାକେଶ ଜେନା, ବାଙ୍କୁ ସାହୁ, ବସନ୍ତ କର, ଲଲାଟେନ୍ଦୁ ନାୟକ, କ୍ଷୀରୋଦ ଦାସ, ସୁବାସ ନାଥ, ସୁରେନ୍ଦ୍ର କୁଅଁର, ଚକ୍ରଧର ସାହୁ, କୁଲୁ ପାଢ଼ୀ, ଯୁବମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଅମ୍ଳାନ ସାହୁ, ଉପସଭାପତି ସନ୍ଦୀପ ପରିଡ଼ା, ଯୁବ ସଭାପତି ସୁଜିତ୍ ସ୍ୱାଇଁ , ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଯୁବନେତା ଅମର ମଲ୍ଲିକ, ପ୍ରଶାନ୍ତ ସାହୁ, ନିହାର ସାହୁ, ସୁବାସ ମଲ୍ଲିକ, ସଞ୍ଜୟ ବାରିକ, ମାନସ ବୋଇତାଇ, ଏସ କେ ଇସଲାମ (ଜଗୁ), ଦିଲ୍ଲୀପ ରାଉତ, ବାଙ୍କା ସିଂ, ପ୍ରତୀକ ରାଉତ, ବଳରାମ ବଳ ପ୍ରମୁଖ ଯୋଗଦେଇ ଯଥାଶୀଘ୍ର ଏହି ଅଞ୍ଚଳ କୁ ମରୁଡି ଘୋଷଣା ସହ ଚାଷୀ ମାନଙ୍କ ଋଣ ଛାଡ କରି ଉପଯୁକ୍ତ କ୍ଷତିପୂରଣ ରାଜ୍ୟ ସରକାର ନଦେଲେ କୋରେଇ ଭାଜପା ରାଜରାସ୍ତାକୁ ଓଲ୍ହାଇବ ବୋଲି ସମସ୍ତେ ସ୍ଲୋଗାନ ଦେଇଥିଲେ।