କୋଭିଡ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କୋରେଇ ବିଜେପି

0

କୋରେଇ(ସଙ୍କେତ ଖବର)

ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିରୁ ଯାଜପୁର ତହସିଲଦାର ମଧ୍ୟ ବାଦ୍ ପଡି ନାହାନ୍ତି । ଜିଲ୍ଲାରେ ପ୍ରାୟ ୫୦୦ରୁ ଉର୍ଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଏପରି ସ୍ଥଳେ ଯାଜପୁର ଜିଲ୍ଲାପାଳ ବିଭିନ୍ନ ସରକାରୀ ଅଫିସର ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଗତକାଲି କୋରେଇ ବ୍ଲକ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶାସକ ଦଳର ବ୍ଲକ ସଭାପତିଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ କର୍ମୀ ଏକାଠି ହୋଇ ଅଘୋଷିତ ଦଳୀୟ ସଭା କରିଥିଲେ , ଯାହା କୋଭିଡ୍ ନିୟମର ସମ୍ପୂର୍ଣ୍ଣ ଉଲଂଘନ ବୋଲି ଆଜି କୋରେଇ ବିଜେପି ପକ୍ଷରୁ ଦାବି କରାଯିବା ସହ , ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି । ସାମାଜିକ ଦୂରତା, ସମସ୍ତେ ମାସ୍କ୍ ନ ପିନ୍ଧିବା ଓ ଏକତ୍ରିକରଣ ହେବା ଏସବୁ କୋଭିଡ ନିୟମକୁ ଖୁଲମଖୁଲା ଉଲଂଘନ କରୁଛି । ବ୍ଲକ ଉପାଧ୍ୟକ୍ଷ ଅନୁପସ୍ଥିତ ଥିବାବେଳେ ତାଙ୍କ ଅଫିସ୍ ଖୋଲି ସଭା କରାଯିବାକୁ ବିଜେପି ନାପସନ୍ଦ କରିଛି । ଏ ସମ୍ପର୍କରେ ଆଜି ବ୍ଲକ ଅଧ୍ୟକ୍ଷା ନିଜ ଅଫିସକୁ ଯାଇ ବିଡ଼ିଓଙ୍କ ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରିଥିଲେ । ସାଧାରଣ ଲୋକଙ୍କ ପାଇଁ ଗୋଟିଏ ନିୟମ ଓ ଶାସକ ଦଳର କର୍ମୀଙ୍କ ପାଇଁ ଆଉ ଗୋଟିଏ ନିୟମ କି ବୋଲି ପ୍ରଶ୍ନ ଉଠାଇବା ସହ କୋରେଇ ବିଧାୟକ ପରୋକ୍ଷରେ ନିଜର ପତିଆରା ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଥିବା କଥା ବିଜେପି ଅଭିଯୋଗ କରିଛି ।
ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ କୋରେଇ ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁ, ମଣ୍ଡଳ ସଭାପତି ପ୍ରମୋଦ ସାହୁ, ରବୀନ୍ଦ୍ର ବେହେରା, ନୀଳମାଧବ ଚକ୍ର, ଯୁବନେତା ବିକ୍ରମ କେଶରୀ ବିଶ୍ଵାଳ, ମହିଳା ସଭାପତି ଜୟନ୍ତୀ ସାହୁ ଓ ଧନେଶ୍ଵର ସମିତିସଭ୍ୟା ମମତାରଣୀ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page