ପୋଲିସ ଉପରୁ ଭରସା ତୁଟିଛି : ଲେଖାଶ୍ରୀ ସାମନ୍ତସିଂହାର

0

ଭୁବନେଶ୍ୱର (ସଙ୍କେତ ଖବର): ମମିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ହୁଲୁସ୍ଥୂଳ । ଅଭିଯୁକ୍ତ କୁ ପୋଲିସ ଧରିବା ପରେ ପୋଲିସ ବାରାକ ରୁ ଖସି ପଳାଇବା ତାକୁ ପୋଲିସ ର ପରିବାପାଣିଆ ଉପରେ ପ୍ରଶ୍ନ କରିଛି ବିଜେପି । ଏନେଇ ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା, ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମିଳନୀ କରିଛନ୍ତି । ପୋଲିସ ପୂର୍ବରୁ ଅନେକ ଥର ଦେଖାଇଛନ୍ତି ଯେ ଯେଉଁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଥାଏ ସେଠାରେ ପୋଲିସ ହାତ ଟେକି ଦିଏ । ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଆସିଲା । କିନ୍ତୁ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ନେଲା ନାହିଁ ।
ଦ୍ବିତୀୟ କାହାଣୀ ପୋଲିସ ମାହାଙ୍ଗା ଡବଲ ମର୍ଡର କେସରେ ଶୁଣାଇଲା । ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କୁ ଖସେଇ ଦିଆଗଲା ।
ତେଣୁ ପୋଲିସକୁ କେମିତି ବିଶ୍ୱାସକୁ ନିଆଯିବ । ପୋଲିସ ଗୋବିନ୍ଦ ସାହୁଙ୍କ କଥାକୁ ବିଶ୍ୱାସକୁ ନେଲା କିନ୍ତୁ ମମିତା ମେହେରଙ୍କ ପରିବାର ଲୋକଙ୍କ କଥାକୁ ବିଚାରକୁ ନିଆଯାଉନାହିଁ । ୮ ତାରିଖ କେ. ନୂଆଗାଁ ପୋଲିସ ମମିତା ମେହେରଙ୍କ ବାପା ଓ ମାଆଙ୍କ ଏଫଆଇଆର (FIR) କାହିଁକି ରଖିଲା ନାହିଁ । ସିନ୍ଧେକେଲା ଥାନାରେ ୪ ଦିନ କାହିଁକି ଗୋବିନ୍ଦ ସାହୁକୁ ରଖାଗଲା । କାହିଁକି କୋର୍ଟ ଫରୱାର୍ଡ କରାଗଲା ନାହିଁ । ପୋଲିସ ବାରାକରୁ ଶହ ଶହ ପୋଲିସ ଥାଉ ଥାଉ କେମିତି ଖସିଗଲା ଗୋବିନ୍ଦ । କାହିଁକି ପୋଲିସ ବାରାକର ଲାଇନ କାଟ କରଯାଇଥିଲା । କାହା ଇଶାରାରେ ଗୋବିନ୍ଦକୁ ଖସେଇ ଦିଆଗଲା । ଉଭୟ ଗୃହ ବିଭାଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ରହିଥିବା ସ୍ୱତେ କେମିତି ଖସିଗଲା ତାକୁ ନେଇ ପ୍ରଶ୍ନ କରିଛି ବିଜେପି ? ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି କେସରେ ଦିବ୍ୟ ଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ରହିଛି । ଗୋବିନ୍ଦ ସାହୁ ଖସିଯିବା ପରେ ପୋଲିସ କେମିତି ଜାଣିଲା କଲେଜ ପଡିଆରେ ମୃତଦେହ ପୋତା ଯାଇଛି । ଗାଡିରେ ପାଉଁଜି ଅଛି ବୋଲି ପୋଲିସ କେମିତି ଜାଣିଲା ।
ରାଜ୍ୟର ସମସ୍ତ ମହିଳା, ଏସଏଚଜି ଗ୍ରୁପ ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛି ବିଜେପି । ସମସ୍ତଙ୍କୁ ଏ ପ୍ରସଙ୍ଗରେ ପ୍ରତିବାଦ କରିବାକୁ ପଡ଼ିବ । ଏହାସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ବହିଷ୍କାର, ଗିରଫଦାରି ଏବଂ ସିବିଆଇ ତଦନ୍ତ ପାଇଁ ବିଜେପି ପୁଣି ଦାବି କରିଛି । କାରଣ ଓଡିଶା ପୋଲିସ ଏ ଘଟଣାରେ ନିରପେକ୍ଷ ତଦନ୍ତ କରିବ ନାହିଁ ।

Leave a Reply

Your email address will not be published. Required fields are marked *

You cannot copy content of this page