କୋରେଇ ବିଜେପି ଯୁବମୋର୍ଚ୍ଚାର ନିର୍ବାଚନୀ ପ୍ରସ୍ତୁତି ବୈଠକ ,

0

କୋରେଇ(ସଂକେତ ଖବର)ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କୋରେଇରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବିଭିନ୍ନ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ବିଜେପି ଦଳ ଦୁଇ ପାଦ ଆଗକୁ ଯାଇ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆଜି ଜହ୍ନ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଆୟୋଜନ କରିଛି । ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନୋରଂଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବବନ୍ଧୁ ଅଗ୍ରଭାଗରେ ରହି ନିର୍ବାଚନ ପରିଚାଳନା କରିବାକୁ ଆହ୍ବାନ ଦେବା ସହ ଅଧିକାଂଶ ଯୁବବର୍ଗଙ୍କୁ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦିଆଯିବ ବୋଲି ଘୋଷଣା କରିଥିଲେ । କୋରେଇରେ ଶାସକ ଦଳ ବିକାଶରେ ଯେଉଁ ବାଧକ ସାଜିଛି, ତାକୁ ଲୋକଲୋଚନକୁ ଆଣିବା ସହ ସାମାଜିକ ଗଣମାଧ୍ୟମରେ ଅଞ୍ଚଳର ସମସ୍ୟା ଓ ମୋଦୀ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ବହୁଳ ପ୍ରଚାର ଓ ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ଉପସ୍ଥିତ ରହି ନିର୍ବାଚନରେ ଯୁବମୋର୍ଚ୍ଚାର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ନବୀନ ସରକାରର ଜନବିରୋଧି କାର୍ଯ୍ୟକ୍ରମ, ବେରୋଜଗର, କୋରେଇରେ ଶାସକ ଦଳ ନେତା ଗଢିବାର ପ୍ରୟୋଗଶାଳା କରି ସରକାରୀ ଯୋଜନାକୁ ବ୍ୟାପକ ହରିଲୁଟ କରୁଥିବା ଅଭିଯୋଗ କରିଥିଲେ । ନିର୍ବାଚନୀ କୋଭିଡ କଟକଣା ଥିବାରୁ ଡିଜିଟାଲ ୱାର୍ ରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମୁଖ୍ୟ ଭୂମିକା ଗ୍ରହଣ କରିବା କଥା କହିଥିଲେ ।
ଏହି ଅବସରରେ ଯାଜପୁରର ପୂର୍ବତନ ଲୋକସଭା ସାଂସଦ ରାମଚନ୍ଦ୍ର ମଲ୍ଲିକ୍ ଙ୍କ ନାତି ତଥା ଯୁବ ବିଜେଡି ନେତା ଆଲୋକ କୁମାର ମଲ୍ଲିକ ତାଙ୍କର ଶତାଧିକ କର୍ମୀଙ୍କ ସହ ବିଜେଡି ଦଳ ତ୍ୟାଗ କରି ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ନେତା ବିଶ୍ୱଜିତ୍ ନାୟକଙ୍କ ଉପସ୍ଥିତିରେ ବିଜେପିର ସଭ୍ୟ ପଦ ଗ୍ରହଣ କରିଥିଲେ । ଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେଡି ଦଳରେ ଆଭ୍ୟନ୍ତରୀଣ ଗତତନ୍ତ୍ର ନାହିଁ, ସେଠାରେ ରହି କାମ କରିବା ସମ୍ଭବ ନୁହେଁ । ଲୋକମାନଙ୍କୁ ମତକୁ ସମ୍ମାନ ଦେଇ ବିଜେପି ଦଳରେ ସାମିଲ ହେବା ଫଳରେ ଅଧିକ କାମ କରିବାର ସୁଯୋଗ ମିଳିବ ବୋଲି ଆଶା ।


ଏହି ଅବସରରେ କୋରେଇ ବିଜେପି ଯୁବମୋର୍ଚ୍ଚା ଓ ଆଇଟ ସେଲ୍ ତରଫରୁ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏଥିରେ ଶାସକ ଦଳର ଦୁର୍ନୀତି, କୋରେଇ ସମସ୍ୟା ଓ ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉଲ୍ଲେଖ ରହିଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ସମ୍ପାଦିକା ଇତିଶ୍ରୀ ଜେନା, ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ମଣ୍ଡଳ ସଭାପତି ପ୍ରମୋଦ ସାହୁ, ନୀଳମାଧବ ଚକ୍ର, ସମିତି ସଭ୍ୟା ଜୟନ୍ତୀ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସନ୍ଦୀପ ପରିଡ଼ା, ଅମୂଲ୍ୟ ସାହୁ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁଜିତ୍ ସ୍ୱାଇଁ, ଶୁଶାନ୍ତ ସାହୁ, ବରିଷ୍ଠ ନେତା ବିଜୟ ଘଡେ଼ଇ, ଶଶିଭୂଷଣ ସେନାପତି, ବିଷ୍ଣୁ ରଥ, ଉଦୟ ପରିଡ଼ା, ନିରାକାର ସାହୁ, ଅକ୍ଷୟ ନାୟକ, ମନୋଜ ଦାସ, ପ୍ରଶାନ୍ତ ବୋଇତାଇ, ଲଲାଟେନ୍ଦୁ ନାୟକ, ଯତୀନ ଦାସ, ମାନସ ଦାସ, ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ସୁବାସ ମଲ୍ଲିକ, ଜ୍ଞାନ ରଞ୍ଜନ ସ୍ୱାଇଁ, ଟୁଲୁ ସାହୁ, ଅମର ମଲ୍ଲିକ, ଦେବାଶିଷ ପାଣିଗ୍ରାହୀ, ଆଲୋକ କର, ସୁଭାଞ୍ଜନ ଦାସ, ପ୍ରଶାନ୍ତ ସାହୁ, ଏସ କେ ଇସଲାମ, ପ୍ରକାଶ ମଲ୍ଲିକ, ଉଦ୍ଧବ ମଲ୍ଲିକ, ଶରତ ନାୟକ, ଜ୍ୟୋତି ରଞ୍ଜନ ସ୍ୱାଇଁ, ପବିତ୍ର ସ୍ୱାଇଁ, ଆଶିଷ ଦାସ, ବିଶ୍ଵ ରଞ୍ଜନ ଜେନା, ବୁଲୁ ପଣ୍ଡା, ବାପୁ ସାହୁ, ପୂର୍ଣ୍ଣ ନାୟକ, ସରୋଜ ରାଉତ, ବିପିନ ବାରିକ, ମାନସ ରାଉତ, ତୋଫାନ ରାଉତ, ଶୁଶାନ୍ତ ସ୍ୱାଇଁ, ସଞ୍ଜୟ ବାରିକ, ଗୋପାଳକୃଷ୍ଣ ପାଢ଼ୀ, ରୁପମ୍ ଜେନା, ସତ୍ୟବ୍ରତ ରାଉତ, ଧନଞ୍ଜୟ ବେହେରା, ରାଜେନ୍ଦ୍ର କୁମାର, ବିକାଶ ଜେନା, ଆଲୋକ ମଲ୍ଲିକ, ଫିରୋଜ୍ ମଲ୍ଲିକ, ସୁଜିତ୍ ନାୟକ, ହରେକୃଷ୍ଣ ଶାହା, ସରୋଜ ସାହୁ, ସନ୍ତୋଷ ସାହୁ, ପବିତ୍ର ସ୍ୱାଇଁ, ରମେଶ ପରିଡ଼ା, ସୁରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଅମ୍ଳାନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page