ମମିତା ହତ୍ୟାକାଣ୍ଡ ଘଟଣା ର ସିବିଆଇ ତଦନ୍ତ ଦାବୀ କରି ବିଜେପି ର ବିକ୍ଷୋଭ

0

ଖୋର୍ଦ୍ଧା (ସଙ୍କେତ ଖବର): ମହାଳିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦାବୀ କରିବା ସହ ଘଟଣାର ସିବିଆଇ ତଦନ୍ତ ଓ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଖୋର୍ଦ୍ଧା ଏସପି ଅଫିସ ସମ୍ମୁଖରେ ଯୁବ ଓ ମହିଳା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ।

ପ୍ରଥମେ ବିଜେପି କର୍ମୀମାନେ ନୂଆ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ପ୍ରତିବାଦ ସଭା କରିଥିଲେ । ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ ପଟ୍ଟନାୟକ, ରଶ୍ମୀମୟୀ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀମାନେ ରାଜ୍ୟ ସରକାର ବିରୋଧୀ ନାରାବାଜି କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page