ବିଜେପି ଯୁବମୋର୍ଚ୍ଚାର ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଓ ବୃକ୍ଷରୋପଣ
![](https://www.sanketkhabar.com/wp-content/uploads/2021/06/IMG_20210624_234646-1024x367.jpg)
କୋରେଇ (ସଙ୍କେତ ଖବର): ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା, ପ୍ରଖର ରାଷ୍ଟ୍ରବାଦୀ ନେତା ତଥା ବିଶିଷ୍ଠ ଶିକ୍ଷାବିତ ଡଃ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପବିତ୍ର ବଳିଦାନ ଦିବସ କୋରେଇ ବିଜେପିର ଦଳୀୟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଡଃ. ମୁଖାର୍ଜୀଙ୍କ ମୁଖ୍ୟ ନାରା ଥିଲା “ଏକ ଦେଶ ମେଁ ଦୋ ବିଧାନ ନହିଁ ଚଲେଗା” ଏବଂ ୩୭୦ ଧାରା ଉଚ୍ଛେଦ ପାଇଁ ସେଦିନରୁ କରି ଆସୁଥିବା ଦାବୀ ଏବେ ନରେନ୍ଦ୍ର ମୋଦୀଙ୍କ ସରକାର ପୂରଣ କରିଛି । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଜନସଂଘ , ଭାରତୀୟ ଜନତା ପାର୍ଟିର ରୂପ ନେଇଥିଲା ।
ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ବିଶ୍ଵାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ ଓ ସ୍ମୃତିଚାରଣ କରାଯିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
![](https://www.sanketkhabar.com/wp-content/uploads/2021/06/IMG_20210624_234657.jpg)
ଏହି କାର୍ଯ୍ୟକ୍ରମରେ କୋରେଇର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଓ ଅନେକ ଯୁବମୋର୍ଚ୍ଚା କର୍ମୀ ଉପସ୍ଥିତ ଥିଲେ । ଏହି ଦିବସକୁ ମନେ ରଖିବା ପାଇଁ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ମଣ୍ଡଳ ଯୁବମୋର୍ଚ୍ଚା ସୁଜିତ୍ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଯୁବନେତା ଅମ୍ଳାନ ସାହୁ, ସନ୍ଦୀପ ପରିଡ଼ା, ଅମର ମଲ୍ଲିକ, ସୁବାସ ମଲ୍ଲିକ, ଲଲାଟେନ୍ଦୁ ନାୟକ, ପଦ୍ମନାଭ ବିଶ୍ୱାଳ, ସଞ୍ଜୟ ବାରିକ୍, ପ୍ରଶାନ୍ତ ସାହୁ, ସୁନିଲ ପଥାଳ, ବଳରାମ ବଳ, ଅଜିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିସହ ଆଗାମୀ ଦିନରେ ଯୁବମୋର୍ଚ୍ଚାର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ସେବା ହିଁ ସଂଗଠନ ଉପରେ ଆଲୋକପାତ କରାଯାଇଥିଲା ।