ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଯୁବମୋର୍ଚ୍ଚାର ବିକ୍ଷୋଭ

0

ଯାଜପୁର (ସଙ୍କେତ ଖବର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନ୍ ସାଇନ୍ ସ୍କୁଲ ଅଧକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ସରଗରମ ହୋଇଛି । ଏହି ଘଟଣାକୁ ନେଇ ବିରୋଧୀ ବିଜେପି ଶାସକ ଦଳକୁ କାଠଗଡ଼ାରେ ଛିଡ଼ା କରିଛି । ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ବିଜେପି ରାଜ୍ୟ ସରକାରକୁ ଘେରିଛି । ଘଟଣାର ସିବିଆଇ ତଦନ୍ତ, ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଆଜି କୋରେଇ ଯୁବମୋର୍ଚ୍ଚା ପକ୍ଷରୁ ତଳଗଡ ଛକ ଠାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ହତ୍ୟାକାଣ୍ଡର ୧୫ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି । “ଆଇନ ତା’ ବାଟରେ ଯିବ” ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ଆଇନ ବାଟରେ ଛିଡ଼ା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ନେତା ବିଶ୍ୱଜିତ୍ ନାୟକ ଅଭିଯୋଗ କରିଛନ୍ତି । ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସଂପର୍କ ଥିବାରୁ ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ।
ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରସନ୍ନ ରାଉତ, ଜିଲ୍ଲା ସଂପାଦିକା ଦିପ୍ତିମୟି କୁଅଁର, ମଣ୍ଡଳ ସଭାପତି ନୀଳମାଧବ ଚକ୍ର, ଜିଲ୍ଲା ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ଅମ୍ଳାନ ସାହୁ, ସରପଞ୍ଚ ସନ୍ଧ୍ୟାରାଣି ରାଉତ, ସମିତିସଭ୍ୟ ମନ୍ମଥ ଜେନା, ମଣ୍ଡଳ ସମ୍ପାଦକ ରାକେଶ ଜେନା, ଯୁବମୋର୍ଚ୍ଚା ସଭାପତି ସୁଜିତ୍ ସ୍ୱାଇଁ, ଲଲାଟେନ୍ଦୁ ନାୟକ ଗଣମାଧ୍ୟମ ସଂଯୋଜକ ରୁପମ ଜେନା, ପଞ୍ଚାୟତ ସଭାପତି ଗୋପାଳ ସାହୁ, ତଳଗଡ ଯୁବମୋର୍ଚ୍ଚା ସଭାପତି ଉମେଶ ସାହୁ, ଯୁବନେତା ପ୍ରଜ୍ଵଲ ରାଉତ, ଯୁବମୋର୍ଚ୍ଚା ସଂଯୋଜିକା କବିତା ଜେନା, ମହିଳା ସଭାପତି ରଞ୍ଜୁଲତା ସାହା, ଭାରତୀ ମଲ୍ଲିକ, ମାନସ ରାଉତ, ପ୍ରକାଶ ରାଉତ, ଶୁଶାନ୍ତ ସ୍ୱାଇଁ, ଅମରଜିତ୍ ବଡ଼ଜେନା, ପ୍ରଶାନ୍ତ ସାହୁ, ମଳୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page