କରୋନା ମୁକାବିଲାକୁ ନେଇ ଆମେରିକା ସଙ୍କଟରେ ଗତି କରୁଥିବା ବେଳେ ଏବେ କୃଷ୍ଣକାୟ ଆମେରିକୀୟ ମାନଙ୍କର ବିଦ୍ରୋହ ଟ୍ରମ୍ପ ସରକାରକୁ ଅଡୁଆରେ ପକାଇ ଦେଇଛି। ଗତ ଛଅଦିନ ଧରି ସମଗ୍ର ଆମେରିକାରେ ଚାଲିଥିବା ଏହି ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ରବିବାର ହ୍ବାଇଟ ହାଉସ ସମ୍ମୁଖରେ ପୋଲିସକୁ ଆନ୍ଦୋଳନକାରୀଙ୍କ ଉପରେ ଟିଅର ଗ୍ୟାସ ଚଳାଇବାକୁ ପଡିଛି।

ଓ୍ବାସିଙ୍ଗଟନ ସମେତ ଦେଶର ଵିଭିନ୍ନ ସହରରେ କର୍ଫ୍ୟୁ ଲଗାଯାଇଛି। ସ୍ଥାନୀୟ ନେତୃତ୍ବ ନାଗରିକ ମାନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି। ଲସ୍ ଏଞ୍ଜେଲସ୍, ହଷ୍ଟନ, ଓ୍ବାସିଙ୍ଗଟନ, ମେନପୋଲିସ୍ ପରି ସହରରେ କରୋନା ତାର କାୟା ମେଲାଇଥିବା ବେଳେ କୃଷ୍ଣକାୟ ମାନଙ୍କର ଏ ଆନ୍ଦୋଳନ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ବର୍ଷ ବର୍ଷ ଧରି କୃଷ୍ଣକାୟଙ୍କ ପ୍ରତି ଆମେରକାରେ ହୋଇ ଆସୁଥିବା ଭେଦଭାବ ଆଉ ବିଦ୍ବେଷର ଏ ହେଉଛି ପ୍ରତିକ୍ରିୟା।

ମୁନା ଆବଦୀ ନାମକ ଜଣେ ୩୧ ବର୍ଷିୟ କୃଷ୍ଣକାୟ ମହିଳା କହନ୍ତି ଏ ଯନ୍ତ୍ରଣା ବର୍ଷ ବର୍ଷ ଧରି ଚାଲି ଆସିଛି ଆଉ ଆମେ ସହି ଆସୁଛୁ କିନ୍ତୁ ଏଣିକି ଆଉ ନୁହେଁ। ଏଠାରେ ସ୍ମରଣଯୋଗ୍ୟ ଜର୍ଜ ଫ୍ଲୋଏଡ୍ ନାମକ ଜଣେ ଆଫ୍ରିକୀୟ ଆମେରେକୀୟଙ୍କୁ ଗୋରା ପୋଲିସ ଦ୍ବାରା ହତ୍ୟାପରେ ଏଭଳି ହିଂସାକାଣ୍ଡ କୃଷ୍ଣକାୟ ମାନଙ୍କ ଦ୍ବାରା ଆମେରିକାରେ ଜାରୀ ରହିଛି।

-ବିରଞ୍ଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page