ପ୍ରେମୀଯୁଗଳ ଆତ୍ମହତ୍ୟା ଘଟଣା ପଛର ବ୍ଲାକ ମେଲର ଗିରଫ

0

ଯାଜପୁର (ସଂକେତ ଖବର)ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁ ଗିରଫ । ମଂଗଳପୁର ଥାନା ଗଣପତି ପାଟଣା ଗାଁ ରେ ନବବର୍ଷ ରାତିରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିଲେ । ଉଭୟ ପ୍ରେମୀଯୁଗଳକୁ ପିଣ୍ଟୁ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତ ପିଣ୍ଟୁ ନାବାଳିକା ଲିପିକା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପ୍ରୟୋଗ କରୁଥିଲା। ଏହାକୁ ନେଇ ଉଭୟ ପ୍ରତାପ ଓ ଲିପିକା ଆତ୍ମହତ୍ୟା କରିବା ପୂର୍ବରୁ ପିଣ୍ଟୁ ବିରୋଧ ରେ ରହିଥିବା ସମସ୍ତ ପ୍ରମାଣ ସୋସିଆଲ ମିଡ଼ିଆ ରେ ଛାଡ଼ିଦେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା ସହିତ ପୀଡିତ ଙ୍କ ପରିବାର ପକ୍ଷରୁ ମଙ୍ଗଳପୁର ଥାନା ସମ୍ମୁଖରେ ଧାରଣା ଦିଆଯାଇ ପିଣ୍ଟୁ ଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା। ଆଜି ସନ୍ଧ୍ୟାରେ ମଙ୍ଗଳପୁର ପୋଲିସ ପିଣ୍ଟୁକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

You cannot copy content of this page