ଅଗ୍ନି ବିପନ୍ନ ପରିବାରକୁ ଭେଟିଲେ ବ୍ଲକ ଅଧ୍ୟକ୍ଷା ରଂଜିତା

0

ବିଂଝାରପୁର (ସଂକେତ ଖବର) ଚନ୍ଦ୍ରମୁଁ ଗ୍ରାମପଞ୍ଚାୟତ ବଡ଼ମଲିପୁରରେ ଗତ କାଲିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଶତ୍ରୁଘନ ମଲିକ,ମଥରୁଘନ ମଲିକ, ଲଷ୍ମୀଧର ମଲିକଙ୍କ ୩ ବଖରା ଛପର ଘର ସମ୍ପୂର୍ଣ ଭାବେ ପୋଳି ପାଉଁଶ ହୋଇଯାଇ ଥିବା ବେଳେ ଘରର ସମସ୍ତ ଆସବାବ ପତ୍ର ସହିତ 2ଟି ଲୁନା,ଧାନ ଚାଉଳ ଆଦି ପୋଡି ପାଉଁଶ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ 5ଲକ୍ଷ ହେବ। ଫଳରେ ସମ୍ପୂର୍ଣ ପରିବାର ବେସାହାରା ହୋଇ ଯାଇ ତମ୍ବୁ ପକାଇ ମୁଣ୍ଡ ଗୁଂଜିଛନ୍ତି । ଏହି ଦୁଃଖଦ ସମୟରେ ବିଂଝାରପୁର ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୈଳାଶ ସେଠି ବିପନ୍ନଙ୍କ ନିକଟରେ ପହଂଚି ଆର୍ଥିକ ସହାୟତା କରିଛନ୍ତି। ଉକ୍ତ ପରିବାର କୁ ସମବେଦନା ଜଣାଇବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବ୍ଲକ ଓ ତହସିଲ ପ୍ରଶାସନଙ୍କୁ ନିର୍ଦେଶ ଦେଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *

You cannot copy content of this page