ସେବା ସପ୍ତାହ ଉପଲକ୍ଷେ ଯାଜପୁର ବିଜେପି ଯୁବମୋର୍ଚ୍ଚାର ରକ୍ତଦାନ ଶିବିର

0

କୋରେଇ(ସଙ୍କେତ ଖବର)ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ୨ୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆଗ୍ରହ କ୍ରମେ ବିଜେପି ପକ୍ଷରୁ ସମଗ୍ର ଭାରତ ବର୍ଷରେ “ସେବା ହିଁ ସଙ୍ଗଠନ” ନାମରେ କାର୍ଯ୍ୟକ୍ରମ ଚାଲୁ ରହିଛି । ଯାଜପୁର ଜିଲ୍ଲା ବିଜେପି ଓ ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଏହି ମହାମାରୀ କରୋନା, ବାତ୍ୟା ୟସ୍ ସମୟରେ ମଧ୍ୟ ବିଭିନ୍ନ ସେବା କାର୍ଯ୍ୟ ହାତକୁ ନିଆଯାଇଛି । ସମସ୍ତ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଓ ଯୁବ କାର୍ଯ୍ୟକର୍ତ୍ତାମାନଙ୍କ ସହଯୋଗରେ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
ଆଜିର ଏହି ସଙ୍କଟ ସମୟରେ ଜିଲ୍ଲାରେ ରକ୍ତର ଅଭାବ ଦେଖାଦେଇଛି । ରକ୍ତର ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ଏବଂ ରକ୍ତ ଅଭାବର ଆବଶ୍ୟକତାକୁ ପୂରଣ କରିବା ଲକ୍ଷରେ ଆଜି ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ବିଶ୍ୱଜିତ୍ ରାଜଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର କୋରେଇ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୧୯ଜଣ କାର୍ଯ୍ୟକର୍ତ୍ତା ଯୋଗଦେଇ ରକ୍ତଦାନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏପରି ସେବା କାର୍ଯ୍ୟକ୍ରମ ଜାରି ରହିବା ସହ ରକ୍ତଦାନ ଶିବିର ମାନ ଆୟୋଜନ କରାଯିବ ବୋଲି ଜିଲ୍ଲା ସଭାପତି ଗୌତମ ରାୟ ସୂଚନା ଦେଇଛନ୍ତି । ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ, ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ, ବିଶ୍ୱଜିତ୍ ନାୟକ, ବିଶ୍ବରଂଜନ ମଲ୍ଲିକ, ରାଜ୍ୟ ମହିଳା ସମ୍ପାଦିକା ଇତିଶ୍ରୀ ଜେନା, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ଵ ନିର୍ବାହ କରିଥିଲେ ।

ଆଜିର ଏହି ଶିବିରରେ ସର୍ବେଶ୍ଵର ବେହୁରା, ନଟବର ବେହୁରିଆ, ପ୍ରମୋଦ ସାହୁ, ଦିପ୍ତିମୟି କୁଅଁର, ବିଜୟ ଘଡେ଼ଇ, ରବିନ୍ଦ ପୁହାଣ, ଲିପୁ ସିଂ, ଲକ୍ଷ୍ମୀ ବଲ୍ଲଭ ସାମଲ, ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡେ଼ଇ, ସରୋଜ ଦେ, ଆଶିଷ ଦାସ, ସନ୍ଦୀପ ପରିଡ଼ା, ମନୋଜ ବେହେରା, ଅମ୍ଳାନ ସାହୁ, ସୁଜିତ୍ ସ୍ୱାଇଁ, ମନୋରଞ୍ଜନ ନାୟକ, ସୁଶାନ୍ତ ସାହୁ, ଅମର ମଲ୍ଲିକ, ହୃଷୀକେଶ ମେକାପ, ସତ୍ୟଜିତ ସାମଲ, ଦେବାଶିଷ ପାଣିଗ୍ରାହୀ, ସିଦ୍ଧାର୍ଥ ବିଶ୍ୱାଳ, ଅଭିଳାଷ ସାହୁ, ଶୁଭମ ଓଝା,ସମ୍ବିତ ନାୟକ ,ପ୍ରସନ୍ନ ବେହେରା, ସୌମ୍ୟ ରଞ୍ଜନ ସାହୁ, ପ୍ରଶାନ୍ତ ସାହୁ, ଲାଲୁଟେନ୍ଦୁ ନାୟକ, ରଞ୍ଜିତା ପରିଡ଼ା,ଗୋଲକ କର, ଦିଲ୍ଲୀପ ରାଉତ, ବିଶ୍ୱଜିତ୍ ରାଉତ, ଦୁର୍ଗା ପରିଡ଼ା, ସରୋଜ ସାହୁ, ଜିତେନ୍ଦ୍ର ମୁଦୁଲି, ଅବିନାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page