ଜନ୍ମ ଦିନରେ ରକ୍ତଦାନ କଲେ ଯାଜପୁର ଜିଲାପାଳ।

0

ଯାଜପୁର(ସଂକେତ ଖବର)

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ଆଜି ଯାଜପୁର ବ୍ଲକ ମାଳଆନନ୍ଦପୁର ପଂଚାୟତର ନୁରୁଗାଁ କଂଟିଗଡିଆରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ରକ୍ତାଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ପରେ ନିଜ ଜନ୍ମଦିନ ଅବସରରେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସବୁବେଳେ ଅନ୍ୟକୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିବା ଜିଲାପାଳ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ଆଜି ନିଜ ଜନ୍ମଦିନରେ ଏଭଳି ଏକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଗର୍ବ ଅନୁଭବ କରୁଛି ବୋଲି ଜିଲାପାଳ କହିଥିଲେ ।

ଜିଲାପାଳଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଂଚଙ୍କ ସହିତ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଜିଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଂଉଣ୍ଡେସନର ସଦସ୍ୟ ମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page