ରକ୍ତଦାନରେ କ୍ରାନ୍ତି : କ୍ରାନ୍ତି ଦିବସରେ ସୁନ୍ଦରଗଡ଼ରେ ୧୬୨ ବ୍ୟକ୍ତିଙ୍କ ରକ୍ତଦାନ

0

ସୁନ୍ଦରଗଡ(ସଙ୍କେତ ଖବର)
ଜୀବନଯାତ୍ରାକୁ ସ୍ଥାଣୁ କରିଦେଇଥିବା ବିଶ୍ୱ ମହାମାରୀ କରୋନା ଉପରେ ବିଜୟୀ ହେବାକୁ ଓଡ଼ିଶାର ଉଦ୍ୟମ ଅବ୍ୟାହତ ରହିଛି। ପୂର୍ବରୁ କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜାମା ପ୍ରଦାନ କରି ସଂକ୍ରମିତଙ୍କ ଜୀବନ ବଞ୍ଚାଇବାକୁ ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କଥାକୁ ସମ୍ମାନ ଦେଇ ଛାତ୍ର ବିଜେଡିର ସଭ୍ୟମାନେ ଆଗେଇ ଆସି,ରକ୍ତଦାନ କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେପରି ରକ୍ତର ଅଭାବ ନହେବ,ସେଥିପାଇଁ ବିଜେଡି ପକ୍ଷରୁ ୯ ଅଗଷ୍ଟ, କ୍ରାନ୍ତି ଦିବସରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସପ୍ତାହେ ବ୍ୟାପୀ ଏହି ରକ୍ତଦାନ ଶିବିର ଆରମ୍ଭ ହୋଇଛି। “ଓଡ଼ିଶା ମୋ ପରିବାର”ପକ୍ଷରୁ ବିଜେଡି ସାଂଗଠନିକ ଜିଲ୍ଲା ରାଉରକେଲା ଓ ସୁନ୍ଦରଗଡ଼ରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଜୀବନ ବିନ୍ଦୁ ସହାୟତାରେ ଆଜି(ରବିବାର) ପ୍ରଥମ ଦିନରେ ୧୬୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ରାଉରକେଲା ଆଇଜିଏଚ ଉପରେ ପଡୋଶୀ ଜିଲ୍ଲା ଝାରସୁଗୁଡ଼ା ଏବଂ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀମାନେ ନିର୍ଭରଶୀଳ। ସେଥିପାଇଁ ଏହି ଦୁଇଟି ହସ୍ପିଟାଲରେ ମାସିକ ପ୍ରାୟ ୭୫୦ବ୍ଲଡ୍ ୟୁନିଟ୍ ଆବଶ୍ୟକ ହୁଏ। କିନ୍ତୁ କରୋନା କଟକଣା ଯୋଗୁ ରୋଗୀଙ୍କ ପରିବାରବର୍ଗ ଡାକ୍ତରଖାନାକୁ ଆସିବାରେ ଅସୁବିଧା ହେଉଛି। ଫଳରେ ରୋଗୀଙ୍କୁ ବ୍ଲଡ୍ ବ୍ୟାଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି। ସେଥିପାଇଁ ବିଜେଡି ଜିଲ୍ଲା ପ୍ରଭାରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସୁନ୍ଦରଗଡ଼ ଓ ରାଉରକେଲାରେ ରହି ରକ୍ତଦାନ ଶିବିରକୁ ସଫଳ କରିବାରେ ଲାଗିଛନ୍ତି। “ଓଡ଼ିଶା ମୋ ପରିବାର”ର ସୁନ୍ଦରଗଡ଼ ୟୁନିଟର ସଭାପତି ବୈକୁଣ୍ଠ ନାଏକ ନେତ୍ୱରରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଏବଂ ବଡଗାଁ ବ୍ଲକର ଇଥମା ଗାଁରେ ଆୟୋଜିତ ରକ୍ତଦାନ ଶିବିରରୁ ୧୧୬ ୟୁନିଟ୍ ବ୍ଲଡ୍ ସଂଗ୍ରହ ହୋଇଛି। ସେହିଭଳି ଓଡ଼ିଶା ମୋ ପରିବାରର ରାଉକେଲା ୟୁନିଟ୍ ମୁଖ୍ୟ କୁନବିହାରୀ ଦାସଙ୍କ ନେତୃତ୍ୱରେ ରାଉରକେଲା ୟୁନିଟ୍ ବ୍ଲଡ୍ ସଂଗ୍ରହ ହୋଇଛି।
ପ୍ରଥମ ଦିନର ରକ୍ତଦାନ ଶିବିରରେ ରାଉରକେଲା ବିଧାୟକ ଶାରଦା ନାୟକ,ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ,ପଦ୍ମନୀ କେଶରୀ ଦେଓ,ସୁନ୍ଦରଗଡ଼ ବିଜେଡି ସଭାପତି ବିନୟ ଟପୋ,ସୁନୀତା ବିଶ୍ୱାଳଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ରକ୍ତଦାତା

ଜୀବନ ବିନ୍ଦୁର ସୁନ୍ଦରଗଡ଼ ସଂଯୋଜକ ବିନୟ ଟପୋଙ୍କ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟତଃ ସୁନ୍ଦରଗଡ଼ ଓ ତଲସରା ଅଞ୍ଚଳର ଛାତ୍ର-ଯୁବକମାନେ ଅଂଶଗ୍ରହଣ କରିଥିଲେ। କରୋନା ମହାମାରୀ ସମୟରେ ରକ୍ତଦାନ କରିଥିବା ସେହି ଯୋଦ୍ଧାମାନେ ହେଲେ ସୁମନ୍ତ ପଣ୍ଡା, ଅସିତ ରାୟ,ଲଲାଟ ପରିଡ଼ା,ପଞ୍ଚା ବାର୍ଲା,ସୁରେନ୍ଦ୍ର ଭିତ୍ରିଆ,ଅଶୋକ ସ୍ୱାଇଁ, ବେଣୁଧର ତାଣ୍ଡିଆ,ସୁନିଲ ମହାପାତ୍ର, ସୁଶୀଲ ପୁରୋହିତ, କେଶବ ରାଣା, ଦେବାଶିଷ ମିଶ୍ର,ଜିତେନ୍ଦ୍ର କର, ହରଜିନ୍ଦର ସିଂ,ଅନୁସୟା ନାଏକ, ତନୁଜା ମହାନ୍ତି, ଜୟ ନାରାୟଣ ତ୍ରିପାଠୀ, ନିତ୍ୟାନନ୍ଦ ନାଏକ, ଅଶ୍ୱିନୀ ନାଏକ,ଅମିତ ପଟେଲ,ଶିବାଜୀ ନାଏକ, ମୁକେଶ ପୁରୋହିତ, ବିସ୍ମୟ ପଟ୍ଟନାୟକ,ରବି ଜୟସ୍ୱାଲ,ରୋଶନ ସାହୁ,ସୁବ୍ରତ ନାଏକ,କାନ୍ତିଦେବ ମହାରଣା,ଆଶିଷ ମିଶ୍ର,ଶୁଭମ ସହାୟ, ଧିରଜ ପ୍ରସାଦ,ରାଜେଶ ପାଢୀ,ତାପସ ପଣ୍ଡା,ଅଜୟ ସାହୁ,ସୌରଭ ନାଏକ,ପ୍ରକାଶ ସାହୁ,ସରୋଜ ସାହୁ,ଉତ୍କଳ ମହାପାତ୍ର,ସୁଶାନ୍ତ ପଟେଲ,ତ୍ରିଲୋଚନ କକ୍, ଅଜୟ ଅମାତ, ରଞ୍ଜନା ପଣ୍ଡା, ବେଣୁଧର ତାଣ୍ଡିଆ, ବୀଣା ସାହୁ ଟିକେଶ୍ୱରୀ ନାଏକ, ପ୍ରଦାପ ପଟେଲା, ରାଧାମାଧାବ ପଣ୍ଡା ଓ ବିନୋଦ କଣ୍ଠାରୀ।
ବିଜେଡିର କାର୍ଯ୍ୟରୁ ଲାଗୁଛି ସୁନ୍ଦରଗଡ଼ରେ ରକ୍ତର ଅଭାବ ଦୂର ହେବା ସହ ରକ୍ତଦାନର ମହନୀୟତା ଲୋକେ ବୁଝି ପାରିବେ।

Leave a Reply

Your email address will not be published. Required fields are marked *

You cannot copy content of this page