ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ସୁକିନ୍ଦା ବିଧାୟକ ଙ୍କ ଦ୍ଵାରା ଉଦଘାଟିତ।

0

ଭୁବନେଶ୍ୱର(ସଙ୍କେତ ଖବର)କରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ତରଫରୁ ବିଜୁ ଯୁବ ଜନତା ଦଳ ସପ୍ତାହ ବ୍ୟାପି ରକ୍ତ ଦାନ ଶିବିର ଆୟୋଜିତ କରୁଛି।ଦ୍ୱିତୀୟ ଦିବସରେ ଅରବିିନ୍ଦ କାନୁନଗୋ ଙ୍କ ନେତୃତ୍ବରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।ଏହି ଶିବିରକୁ ମାନ୍ୟବର ସୁକିିନ୍ଦା ବିିଧାୟକ ଇଂ ପ୍ରୀତିିରଞ୍ଜନ ଘଡାଇ ଉଦଘାଟନ କରିିିଥିିଲେ । ଏହି ଅବସରରେ ମାନ୍ୟବର ବିଧାୟକ ଚାନ୍ଦବାଲି ତଥା ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ଡା. ବ୍ୟୋମକେଶ ରାୟ , ବିଧାୟକ ଧର୍ମଶାଳା ତଥା ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିିତ କରିିଥିିଲେ।


ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ଛାତ୍ର ବ୍ୟାପାର ସମ୍ପାଦକ ହରିଶଙ୍କର ରାଉତ,ରାଜ୍ୟ ଯୁବ ବିଜେଡ଼ି ର ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ,ସମ୍ପାଦକ ଜଗମୋହନ ବଳିଆସିଂହ, ଭୁବନେଶ୍ୱର ଜୋନ ସଭାପତି ବିଜୟ କେତନ ସାହୁ,ରାଜ୍ୟ ଛାତ୍ର ବିଜେଡି ମହାସଚିବ ଇପ୍ସିତା ସାହୁ, ବରିଷ୍ଠ ଉପସଭାପତି ଅଜିତ୍ ବେହେରା, ସମ୍ପାଦକ ସାଂସଦ କୁମାର ନାୟକ, ରୋମ୍ୟ ରଞ୍ଜନ ପାଲ ଓଡ଼ିଶା ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର ର ସଂଯୋଜକ ରୁଦ୍ର ସାମନ୍ତରାୟ ସହିତ ଛାତ୍ର ନେତା ଡକ୍ଟର ସିଦ୍ଧାର୍ଥ ସାମଲ,ବିନୀତ୍ ସ୍ୱାଇଁ,ଶିବ କୁମାର ମହାନ୍ତି ,ସଦିଚ୍ଛା ସାମଲ, ଅଭିଳାଷ ଦାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଛନ୍ତି। ଏପରି ମହତ କାର୍ଯ୍ୟ ସାରା ଓଡ଼ିଶାରେ ଆଗେଇ ନେବା ପାଇଁ ବିଜେଡି ଯୁବ ସଂଗଠନ ସଂକଳ୍ପ ନେଇଛି।

Leave a Reply

Your email address will not be published. Required fields are marked *

You cannot copy content of this page