କଳିଙ୍ଗନଗର ଥାନା ପରିସରରେ ରକ୍ତଦାନ ଶିବିର

0

କଳିଙ୍ଗନଗର ଥାନା ପରିସରରେ ରକ୍ତଦାନ ଶିବିର
ସଂକେତ ଖବର ବ୍ୟୁରୋ
ଯାଜପୁର ଜିଲା କଳିଙ୍ଗନଗର ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆମ ପୋଲିସ ସମିତି,ସୁକିନ୍ଦା ପ୍ରେସ କ୍ଲବ ଓ କଳିଙ୍ଗନଗର ବଣିକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରକୁ କଳିଙ୍ଗନଗର ଅତିରିକ୍ତ ଏସପି ରାଜ କିଶୋର ଦୋରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ରକ୍ତ ଦାନ ଶିବିରରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ,ବ୍ୟବସାୟୀ,ପୋଲିସ ସାମିଲ ହୋଇଥିଲେ । ଏଭଳି ଏକ ରକ୍ତଦାନ କାର୍ଯ୍ୟକ୍ରମ ଦ୍ୱାରା ପୋଲିସ,ପ୍ରେସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁ ସଂପର୍କ ଗଢ଼ି ଉଠିବ ବୋଲି ମୁଖ୍ୟଅତିଥି ଶ୍ରୀ ଦୋରା ସୂଚନା ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରମେୟ ଯାଜପୁର ସଂସ୍କରଣର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ଦେଓ,କଳିଙ୍ଗନଗର ଥାନା ଅଧିକାରୀ,କାଳିଆପାଣି ଥାନା ଅଧିକାରୀ,ସୁକିନ୍ଦା ପ୍ରେସ କ୍ଲବ ସଭାପତି ବିଶ୍ୱଜିତ୍ ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ଓ କଳିଙ୍ଗନଗର ବଣିକ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ଆଗକୁ ସ୍ଥାନୀୟ ଅଂଚଳର ବିକାଶ ପାଇଁ କାମ କରିବା ପାଇଁ ସମସ୍ତେ ଏକଜୁଟ ହେବାକୁ ନିଷ୍ପତି ନେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page